ବଜାରକୁ ଆସିଗଲା ସ୍ୱତନ୍ତ୍ର ଧରଣର ଗ୍ୟାସ୍ ସିଲିଣ୍ଡର : କୌଣସି ବି ପରିସ୍ଥିତିରେ ହେବନି ବିସ୍ଫୋରଣ

110

ଗ୍ୟାସଚୁଲାରେ ରୋଷେଇ ଯେତେ ସହଜ ସେତିକି ବିପଦପୂର୍ଣ୍ଣ ମଧ୍ୟ । କାରଣ ରୋଷେଇ ସମୟରେ ଗ୍ୟାସ ସିଲିଣ୍ଡର ଫାଟି ଅନେକ ସମୟରେ ଲୋକମାନେ ମୃତାହତ ହେଉଛନ୍ତି । ଗ୍ୟାସ ସିଲିଣ୍ଡର ଫାଟିବା ଦ୍ୱାରା ଧନଜୀବନ ନଷ୍ଟ ହେବାସହ ଅନେକ କ୍ଷୟକ୍ଷତି ହେଉଛି । ଏହା ବ୍ୟତୀତ ରୋଷେଇ ସମୟରେ ବେଳେବେଳେ ହଠାତ୍ ଗ୍ୟାସ ସରିଯିବା ପରି ଅସୁବିଧା ମଧ୍ୟ ଭୋଗିବା ପାଇଁ ପଡ଼ିଥାଏ । ଯଦ୍ୱାରା ଆମେ ହଇରାଣରେ ପଡ଼ୁ । ତେବେ ଆଗକୁ ଏପରି ଅସୁବିଧା ହେବ ନାହିଁ । କାରଣ ବଜାରକୁ ଆସିଯାଇଛି ନୂତନ ଧରଣର ଗ୍ୟାସ ସିଲିଣ୍ଡର । ଯାହା ବ୍ଲାଷ୍ଟ ପ୍ରୁଫ୍ ଅଟେ । ଏହାର ଅର୍ଥ ଆଉ ଆପଣଙ୍କ ଗ୍ୟାସ ସିଲିଣ୍ଡର ଫାଟିବ ନାହିଁ କି ଆପଣଙ୍କୁ କ୍ଷୟକ୍ଷତି ସହିବା ପାଇଁ ପଡ଼ିବ ନାହିଁ ।

ସୂଚନା ଅନୁସାରେ ଏହି ସ୍ୱତନ୍ତ୍ର ଗ୍ୟାସ୍ ସିଲିଣ୍ଡରକୁ ଏପରି ତିଆରି କରାଯାଇଛି, ଯାହା କେବେ ବ୍ଲାଷ୍ଟ ହେବନାହିଁ । ଯଦି କେବେ ଗ୍ୟାସ୍ ବ୍ଲାଷ୍ଟ ହେବା ପରି ପରିସ୍ଥିତି ଉପୁଜେ ତେବେ ଭିତରେ ହିଁ ଗ୍ୟାସ ଶେଷ ହୋଇଯିବ । ଏହାର ଆଉ ଏକ ବିଶେଷତ୍ୱ ହେଲା ଏଥିରେ କେତେ ପରିମାଣର ଗ୍ୟାସ ଅଛି ତାହା ଆପଣ ବାହାର ପଟୁ ଦେଖି ଜାଣିପାରିବେ । କେବେ ଗ୍ୟାସ ଶେଷ ହେବ ତାକୁ ବି ଦେଖିପାରିବେ । ପ୍ରାଇଭେଟ୍ କମ୍ପାନୀ ଏହି ପ୍ରକାର ସ୍ୱତନ୍ତ୍ର ଗ୍ୟାସ ସିଲିଣ୍ଡର ଲଂଚ କରିସାରିଛି । ସାଧାରଣ ଲୋକଙ୍କ ପାଇଁ କନେକ୍ସନ ମିଳିବା ମଧ୍ୟ ଆରମ୍ଭ ହୋଇଯାଇଛି ।

ଏହି ସିଲିଣ୍ଡର ପୁରୁଣା ସିଲିଣ୍ଡର ଠାରୁ ଭିନ୍ନ ହେବ । ଫାଇବରରେ ତିଆରି ହୋଇଛି ଏହି ସିଲିଣ୍ଡର । ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼ ସହତ ଅନେକ ରାଜ୍ୟରେ ଏକ ପ୍ରାଇଭେଟ କମ୍ପାନୀ ଗୋ ଗ୍ୟାସ ନାମରେ ଏହାର କନେକ୍ସନ ଦେବା ଆରମ୍ଭ କରିଛି । ତେବେ ଏହି ସିଲିଣ୍ଡର ବ୍ୟବହାର କଲେ ସରକାରଙ୍କ ଠାରୁ ମିଳୁଥିବା ସବସଡ଼ି ମିଳିବ ନାହିଁ ।

ଏହାର ଅର୍ଥ ଆପଣଙ୍କୁ ମାର୍କେଟ ରେଟ୍ ଅନୁସାରେ ହିଁ ଟଙ୍କା ଦେବା ପାଇଁ ପଡ଼ିବ । କମ୍ପାନୀ ଏହାର ଡିଲରସିପ୍ ମଧ୍ୟ ଦେଉଛି । ୨ , ୫, ୧୦ ଓ ୨୦ କିଲୋରେ ଉପଲବ୍ଧ ଏହି ସିଲିଣ୍ଡର । ଖୁକ ଶୀଘ୍ର ସରକାରୀ କମ୍ପାନୀ ମଧ୍ୟ ଏହି ପ୍ରକାର ସିଲିଣ୍ଡର ଲଂଚ କରିବା ପାଇଁ ଯାଉଛି । ସୂଚନା ଅନୁସାରେ ମଧ୍ୟପ୍ରଦେଶରେ ଏବେ ଏହି ସିଲିଣ୍ଡରର କନେକ୍ସ୍ସନ ଦେବା ଆରମ୍ଭ ହୋଇଯାଇଛି । ୨୦ କିଲୋ ସିଲିଣ୍ଡର ପାଇଁ ୧୪୫୦ରୁ ୧୫୦୦ ଟଙ୍କା ମଧ୍ୟରେ ଦେବାକୁ ପଡ଼ିବ । ତେବେ ବଜାର ଦର ଅନୁସାରେ ସିଲିଣ୍ଡର ଦର ମଧ୍ୟ ପରିବର୍ତ୍ତନ ହେବ ।