ପାକିସ୍ତାନର ନୂଆ ସରକାରଙ୍କ ‘ମଇଁଷି’ ନିଲାମ ଅଭିଯାନ : ଦେଶର ଅର୍ଥ ବ୍ୟବସ୍ଥା ସଜାଡିବାକୁ ଯାଇ ମଇଁଷି ନିଲାମ କରିବାକୁ ବାଧ୍ୟ ହେଲେ ଇମରାନ୍

37

ପାକିସ୍ତାନର ନୂଆ ସରକାର ପିଏମ୍ ହାଉସରେ ଥିବା ୮ ମଇଁଷିଙ୍କୁ ନିଲାମ କରିବାର ଯୋଜନା କରୁଛନ୍ତି । ପ୍ରକୃତରେ ଯେଉଁ ମଇଁଷିଙ୍କୁ ଇମରାନ ସରକାର ନିଲାମ କରିବାର ଯୋଜନା କରୁଛନ୍ତି, ସେମାନଙ୍କୁ ପୂର୍ବତନ ପ୍ରଧାନମନ୍ତ୍ରୀ ନବାଜ ସରିଫଙ୍କ କାର୍ଯ୍ୟକାଳ ସମୟରେ ପିଏମ୍ ହାଉସ୍ ରେ ରଖାଯାଇଥିଲା । ଏହା ବ୍ୟତୀତ ପିଏମ୍ ହାଉସଙ୍କ ତରଫରୁ ୮୦ରୁ ବି ଅଧିକ ଭବ୍ୟ କାର ଓ ୪ ହେଲିକେପ୍ଟରକୁ ମଧ୍ୟ ନିଲାମ କରାଯିବ । ଏହି ବିଷୟରେ ପିଏମଙ୍କ ରାଜନୈତିକ ବିଶେଷଜ୍ଞ ନଇମ ଉଲ୍-ହକ୍ ଟ୍ୱିଟରରେ ସୂଚନା ଦେଇଛନ୍ତି ।

ପାକିସ୍ତାନକୁ ଆର୍ଥିକ ସଂକଟରୁ ବଂଚାଇବା ପାଇଁ ପ୍ରଧାନମନ୍ତ୍ରୀ ଆବାସ ପକ୍ଷରୁ ଏମିତି ବ୍ୟବସ୍ଥା କରାଯାଉଛି । ଏହି ମଇଁଷିଙ୍କୁ ନବାଜ ସରିଫଙ୍କ ଶାସନକାଳରେ ଖାଦ୍ୟ ଆବଶ୍ୟକତାକୁ ପୂରା କରିବା ପାଇଁ ରଖାଯାଇଥିଲା । ଏହି ସମୟରେ ପାକିସ୍ତାନର ଅର୍ଥ ବ୍ୟବସ୍ଥା ଦୁର୍ବଳ ଥିବାରୁ ପ୍ରଧାନମନ୍ତ୍ରୀ ଇମରାନ ଖାନ ଅଯଥା ଖର୍ଚ୍ଚରୁ ବଂଚିବା ପାଇଁ ଅଭିଯାନ ଚଳାଉଛନ୍ତି ।

ଇମରାନଙ୍କ ପାକିସ୍ତାନ ଦଳ ତେହେରିକ୍-ଏ-ଇଂସାଫର ନେତାଙ୍କୁ ସାମ୍ଭାବ୍ୟ କ୍ରେତାଙ୍କୁ ଏଥିପାଇଁ ପ୍ରସ୍ତୁତ ରହିବାକୁ କହିଛନ୍ତି । ହେଲିକେପ୍ଟର ଓ ମଇଁଷିର ନିଲାମ କାରଗୁଡିକର ବିକ୍ରି ସରିବା ପରେ କରାଯିବ । ଏହା ହେଉଛି ସେହି ହେଲିକେପ୍ଟର ଯାହାର କ୍ୟାବିନେଟ୍ ଡିଭିଜନରେ ବ୍ୟବହାର ହେଉନି । କାର ଗୁଡିକର ନିଲାମ ୧୭ ସେପ୍ଟେମ୍ବରରେ କରାଯିବ ।

ସୂଚନାଯୋଗ୍ୟ, ୩ ଥର ପାକିସ୍ତାନର ପ୍ରଧାନମନ୍ତ୍ରୀ ରହିସାରିଥିବା ନବାଜ ସରିଫଙ୍କୁ ଦୁର୍ନୀତି ଆରୋପରେ ୧୦ ବର୍ଷ କାରାବାସ ଦଣ୍ଡ ଶୁଣାଣି ହୋଇଛି ।