ଲାଜରେ ନଇଁଲା ଓଡ଼ିଶା : ମଝି ରାସ୍ତାରେ ଛାତ୍ରୀଙ୍କୁ ଅସଦାଚରଣର ଭିଡିଓ ଭାଇରାଲ ମାମଲାରେ ୬ଜଣ ଗିରଫ

48

କନକ ବ୍ୟୁରୋ :  ବରଗଡରେ ଯୁବତୀଙ୍କୁ ଅସଦାଚରଣ ଓ ଭିଡିଓ ଭାଇରାଲ କରିବା ଘଟଣାରେ ୬ଜଣ ଗିରଫ । ପୀଡିତାଙ୍କ ପକ୍ଷରୁ ଥାନାରେ କୌଣସି ଅଭିଯୋଗ ହୋଇନଥିଲେ ମଧ୍ୟ ଘଟଣାର ଗମ୍ଭୀରତାକୁ ଦେଖି ନିଜଆଡୁ ମାମଲା କରିଛି ପୋଲିସ । ଅସଦାଚରଣ କରିଥିବା ୫ଜଣଙ୍କୁ ପୋଲିସ ନିଜ କବଜାକୁ ନେଇଥିବାବେଳେ ଭିଡିଓ ଭାଇରାଲ କରିଥିବା ଜଣେ ଯୁଙ୍କୁ ମଧ୍ୟ ଗିରଫ କରାଯାଇଛି । ଏମାନଙ୍କ ବିରୋଧରେ ଆଇପିସିର ବିଭିନ୍ନ ଦଫା ସହ ଆଇଟି ଆକ୍ଟର ବିଭିନ୍ନ ଧାରରେ ମାମଲା କରିଛି ପୋଲିସ । ଏଥିସହ ଅନ୍ୟମାନଙ୍କୁ ଧରିବା ପାଇଁ ମଧ୍ୟ ପୋଲିସ ତନାଘନା ଚଳାଇଛି ।

ତାରିଖ- ୪ ଅକ୍ଟୋବର ୨୦୧୭ । ସ୍ଥାନ- ବରଗଡ ଖଇରା ଡ୍ୟାମ୍ ନିକଟ ଜଙ୍ଗଲ । ଡ୍ୟାମ ବୁଲିବାକୁ ଯାଇଥିବା ଜଣେ ଯୁବତୀଙ୍କୁ ଏକୁୁଟିଆ ପାଇ ଜଣେ ପରେ ଜଣେ କାମୁକ ଯୁବକ ବିଚ୍ ରାସ୍ତା ଉପରେ ଝାମ୍ପି ପଡିଲେ । ୮ରୁ ୧୦ ଯୁବକ ଗୋଡାଇ ଗୋଡାଇ ଦୁର୍ବ୍ୟବହାର କରିଥିଲେ । ସତେ ଯେମିତି କୌଣସି ଆଇନ ବ୍ୟବସ୍ଥା ନାହିଁ ଏବଂ ଏହି ଯୁବତୀ ପୁରା ଅସହାୟ ପାଲଟି ଯାଇଛନ୍ତି । ରାକ୍ଷସ ଭଳି ଗୋଡାଇ ଗୋଡାଇ ଉପଭୋଗ କରିବା ପାଇଁ ପ୍ରୟାସ କରୁଛନ୍ତି ।

ବରଗଡର ଏହି ଘଟଣା ପୁରା ଓଡିଶାର ମୁଣ୍ଡ ତଳକୁ କରିଦେଇଛି । ପ୍ରାୟ ୨ମାସ ହେବାକୁ ବସିଥିବା ଏହି ଭିଡିଓ ଗ୍ରାମାଂଚଳ ଓଡିଶାରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ବୟାନ କରୁଛି । ଆହୁରି ସାଂଘାତିକ କଥା ହେଉଛି ସେହି ରାସ୍ତାଦେଇ ଯାଉଥିବା ଲୋକେ ମଧ୍ୟ ଏଭଳି ଘଟଣା ଦେଖି କିଛି ନ କହି ଚୁପଚାପ ନିଜ କାମରେ ଚାଲିଯାଇଥିଲେ । ଗତ ଅକ୍ଟୋବର ମାସରେ ଏଭଳି ଏକ ସମ୍ବେଦନଶୀଳ ଭିଡିଓକୁ ସୁଟ କରିବା ସହ ସୋସିଆଲ ମିଡିଆରେ ଭାଇରାଲ କରିଦିଆଯାଇଛି ।

କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ନିଜ ସହ ଏତେବଡ ଅଘଟଣ ଘଟିଥିଲେ ମଧ୍ୟ ଥାନାକୁ ଯାଇ ମାମଲା ରୁଜ କରିବାକୁ ମଧ୍ୟ ସାହସ ଯୁଟାଇ ପାରିନାହାନ୍ତି ପୀଡିତା । ଏତେ ଅସହାୟ ପାଲଟି ଯାଇଥିଲେ ଯେ, ଘଟଣାକୁ ୨ମାସ ବିତିଯାଇଥିଲେ ବି ଆଜିଯାଏ ପୋଲିସରେ ଅଭିଯୋଗ ମଧ୍ୟ କରିପାରିଲେ ନାହିଁ । ଏହା ଦର୍ଶାଉଛି ଆମ ପୋଲିସ ପ୍ରତି ଆମର ଆସ୍ଥା ।
ଚାଷୀ ଆତ୍ମହତ୍ୟା ଭଳି ଘଟଣା ପାଇଁ ଖବରର ଶିରୋନାମାରେ ରହୁଥିବା ବରଗଡ ଜିଲ୍ଲାର ଇଏ ଏକ ନୂଆ ଚିତ୍ର । କିଛିଦିନ ପୂର୍ବରୁ କେନ୍ଦ୍ୁଝର ଓ ମୟୁରଭଞ୍ଜରେ ଅସହାୟ ଯୁବତୀଙ୍କୁ ଅସଦାଚରଣ କରି ମୋବାଇଲରେ ସୁଟ କରିବା ଘଟଣା ସାରା ରାଜ୍ୟରେ ଚର୍ଚ୍ଚା ସୃଷ୍ଟି କରିଥିଲା । ଏବେ ପୁଣି ବରଗଡରେ ସମାନ ଅବସ୍ଥା ।

ଦୁର୍ବ୍ୟବହାରକାରୀଙ୍କ ବିରୋଧରେ ପୋଲିସ ଆଇପିସିର ଧାରା ୩୪୧ ଅର୍ଥାତ ଜୋରଜବରଦସ୍ତ ଅଟକାଇବା, ୩୫୪ ଅର୍ଥାତ ମହିଳାଙ୍କ ସମ୍ମାନ ହାନି କରିବା, ୩୫୪ ବି ଅର୍ଥାତ ମହିଳାଙ୍କ ଡ୍ରେସ ଚିରିବା ଓ ୩୪ ଅର୍ଥାତ ଏକାଧିକ ବ୍ୟକ୍ତି ଅପରାଧିକ ଉଦ୍ଦେଶ୍ୟ ରଖି କାମ କରିବା ଏବଂ ଆଇଟି ଆକ୍ଟର ବିଭିନ୍ନ ଦଫାରେ ମାମଲା ରୁଜୁ କରିଛି । ତେଣୁ ଏହି ଯୁବକମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଗ୍ରାମାଂଚଳର ମହିଳାମାନଙ୍କ ପିଲୋସ ଉପରେ ଆସ୍ଥା ବଢାଇବା ଜରୁରୀ ହୋଇପଡିଛି ।