ଆଜି ହିଁ ଶେଷ କରିନିଅନ୍ତୁ ବ୍ୟାଙ୍କ କାମ ! କାଲିଠୁ ୩ଦିନ ଧରି ବନ୍ଦ ରହିବ ବ୍ୟାଙ୍କ ।

495

ବ୍ୟାଙ୍କ ସହ ଜଡିତ ଯଦି କିଛି ଗୁରୁତ୍ୱପୂର୍ଣ୍ଣ କାମ ଆପଣଙ୍କର ରହିଛି, ତେବେ ଆଜି ହିଁ ଆପଣଙ୍କ କାମ ଶେଷ କରିଦିଅନ୍ତୁ । କାରଣ ଶନିବାର ଠାରୁ ୩ଦିନ ଧରି ବନ୍ଦ ରହିବ ବ୍ୟାଙ୍କ । ତେବେ ଆସନ୍ତୁ ଜାଣିବା କେଉଁ ଦିନ ଆଉ କେଉଁ କାରଣରୁ ବନ୍ଦ ରହିବ ବ୍ୟାଙ୍କ କାର୍ଯ୍ୟ ।

ବ୍ୟାଙ୍କ କାର୍ଯ୍ୟ ଜାନୁୟାରୀ ୧୨ ତାରିଖ ଅର୍ଥାତ କାଲି ଠାରୁ ଜାନୁୟାରୀ ୧୪ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ । ଜାନୁୟାରୀ ୧୨ ତାରିଖ ମାସର ଦ୍ୱିତୀୟ ଶନିବାର ହୋଇଥିବା କାରଣରୁ ସମସ୍ତ ବ୍ୟାଙ୍କ ଗୁଡିକ ବନ୍ଦ ରହିବ । ସେହିପରି ଜାନୁୟାରୀ ୧୩ ତାରିଖ ରବିବାର ଥିବାରୁ, ସ୍ୱାଭାବିକ୍ ଭାବେ ବ୍ୟାଙ୍କ କାର‌୍ୟ୍ୟ ବନ୍ଦ ରହିବ । ଏହା ପରେ ଜାନୁୟାରୀ ୧୩ ତାରିଖ ଅର୍ଥାତ ସୋମବାର ମକର ସଂକ୍ରାନ୍ତି ଏବଂ ପୋଙ୍ଗଲ ପର୍ବ ପାଇଁ ସମସ୍ତ ବ୍ୟାଙ୍କ ଗୁଡିକ ବନ୍ଦ ରହିବ ।

ତେବେ କ୍ରମାଗତ ୩ଦିନ ଧରି ବ୍ୟାଙ୍କ ଗୁଡିକ ବନ୍ଦ ରହୁଥିବାରୁ ବଜାରରେ ଅର୍ଥାଭାବ ଭଳି ସମସ୍ୟା ଦେଖାଦେଇପାରେ । ଏହି ସମସ୍ୟାକୁ ଦୃଷ୍ଟିରେ ରଖି ବ୍ୟାଙ୍କ ପକ୍ଷରୁ ଏଟିଏମ ଗୁଡିକରେ ମାତ୍ରାଧିକ ଟଙ୍କା ରଖାଯିବା ନେଇ ମଧ୍ୟ ଆଲୋଚନା ହୋଇଛି । ତେବେ ଏନେଇ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ନିକଟରୁ କିଛି ସୂଚନା ହସ୍ତଗତ ହୋଇପାରିନାହିଁ । ଯଦି ଆପଣଙ୍କର ମଧ୍ୟ ବ୍ୟାଙ୍କ ସହ ଜଡିତ କିଛି ଜରୁରୀ କାମ ରହିଛି, ତେବେ ଆଜି ହିଁ ତାକୁ ଶେଷ କରିନିଅନ୍ତୁ । କାହିଁକି ନା କ୍ରମାଗତ ଭାବେ ୩ ଦିନ ଧରି ବନ୍ଦ ରହିବ ବ୍ୟାଙ୍କ କାର୍ଯ୍ୟ ।