ଜଗା ପରେ ବଳିଆକୁ ନେଇ ଖବର ଦେଲା ଏମ୍ସ ହସ୍ପିଟାଲ ! ମଝିରେ ମଝିରେ ଗୋଡ ହଲାଉଛି ବଳିଆ, ମାଆକୁ ଚିହ୍ନିଲା ଜଗା

26

କନକ ବ୍ୟୁରୋ : ଜଗା ବଳିଆ ସଂପର୍କରେ ଦିଲ୍ଲୀର ଏମସରୁ ଆସିଛି ଭଲ ଖବର । ଭେଂଟିଲେଟରରୁ ଜଗା ବାହାରିବା ପରେ ମାଆକୁ ଦେଖିଛି ଜଗା । ମାଆକୁ ଚିହ୍ନିବା ସହ ମାଆର କଥା ଉପରେ ପ୍ରତିକ୍ରିୟା ପ୍ରକାଶ କରିଛି ଜଗା । ମାଆ-ପୁଅଙ୍କ ଏହି ମିଳନର ଦୃଶ୍ୟ ହସପିଟାଲରେ ବେଶ ଭାବାବେଗ ସୃଷ୍ଟି କରିଥିଲା । ସେପଟେ ବଳିଆ ଭେଂଟିଲେଟରରେ ଅଛି ଏବଂ ତାର ଅବସ୍ଥା ସ୍ଥିର ରହିଛି । ବେଳେବେଳେ ସେ ଗୋଡ ହଲାଉଛି ବୋଲି ହସପିଟାଲ ପ୍ରେସ ରିଲିଜରେ କୁହାଯାଇଛି ।

ଜଗା ବଳିଆଙ୍କ କାହାଣୀରେ ଆସିଛି ମାଆ-ପୁଅଙ୍କ ମିଳନର ଦୃଶ୍ୟ । ଦିଲ୍ଲୀର ଏମସରେ ଜଗା ଓ ତା ମାଆଙ୍କ ଏହି ଭେଟ ଏକ ସାଧାରଣ ଭେଟ ନଥିଲା । କାରଣ ଜଗା ବଳିଆ ଅଲଗା ହେବା ପରେ ପ୍ରଥମ ଥର ପାଇଁ ଜଗା ଦେଖୁଥିଲା ମାଆକୁ । ମାଆର କଥା ବୁଝୁଥିଲା ଜଗା । ମାଆକୁ ଚିହ୍ନୁଥିଲା ଏବଂ ମାଆର କଥା ଉପରେ ପ୍ରତିକ୍ରିୟା ଦେଉଥିଲା । ଜଗା ବଳିଆ ସଂପର୍କରେ ଦିଲ୍ଲୀର ଏମସରୁ ଆସିଛି ଏହିଭଳି ଭଲ ଖବର । ତାର ହାର୍ଟ ଓ କିଡନୀ ଫଙ୍କସନରେ ଉନ୍ନତି ପରିଲଖିତ ହେଉଥିବା କହିଛନ୍ତି ହସପିଟାଲ କର୍ତୃପକ୍ଷ ।

ସେପଟେ ବଳିଆକୁ ନେଇ ମଧ୍ୟ ଏମ୍ସ ପକ୍ଷରୁ ସୂଚନା ଦିଆଯାଇଛି । ବଳିଆ ଭେଂଟିଲେଟରରେ ଅଛି ଏବଂ ତାର ଅବସ୍ଥା ସ୍ଥିର ଅଛି ବୋଲି କୁହାଯାଉଛି । ବେଳେବେଳେ ସେ ଗୋଡ ହଲାଉଛି । ଏବଂ ତାର ସବୁ ପାରାମିଟର ମଧ୍ୟ ନର୍ମାଲ ଥିବା କୁହାଯାଇଛି । ଆଇସିୟୁରେ ବଳିଆ ଆହୁରି କିଛି ଦିନ ରହିବ ଏବଂ ଧୀରେ ଧୀରେ ସେ ସୁସ୍ଥ ହେବ ବୋଲି ଆଶା ପ୍ରକାଶ କରିଛନ୍ତି ଡାକ୍ତର । ବିଭିନ୍ନ ବିଭାଗର ୩୦ ଜଣ ଡାକ୍ତରୀ ଦଳ ୨୪ ଘଂଟିଆ ଅନୁଧ୍ୟାନରେ ରଖୁଛନ୍ତି ଦୁଇ ଶିଶୁଙ୍କୁ ।