ବାଲେଶ୍ୱର ବାଲିଆପାଳରେ ବନ୍ୟା ପରିସ୍ଥିତି : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା ଓ ଜଳକା

30

ବାଲେଶ୍ୱର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା ଓ ଜଳକା । ଜଳକା ନଦୀରେ ଜଳସ୍ତର ବୃଦ୍ଧି ପାଉଛି । ଜଳକାର ବିପଦ ସଂକେତ ୫ ଦଶମିକ ୨୦ମିଟର ଥିବାବେଳେ ଏବେ ୯ ଦଶମିକ ୫୮ ମିଟର ଉପରେ ପ୍ରବାହିତ ହେଉଛି ।

ତେବେ ଏବେ ବି ଜଳସ୍ତର ବୃଦ୍ଧି ପାଉଛି । ଫଳରେ ବାଲେଶ୍ୱରରେ ବନ୍ୟା ପରିସ୍ଥିତି ଉପୁଜିଛି । ବାଲିଆପାଳର ନିକଟରେ ରାସ୍ତା ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି । ଫଳରେ ବସ୍ତା ବାଲିଆପାଳକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ବାଲିଆପାଳ ବ୍ଲକର ୧୫ରୁ ଅଧିକ ଗାଁ ଓ ବସ୍ତା ବ୍ଲକର ୩୦ରୁ ଅଧିକ ଗାଁରେ ବନ୍ୟା ପାଇଁ ପଶି ଯିବାରୁ ହଜାର ହଜାର ଲୋକ ପାଣି ଘେରରେ ରହିଛନ୍ତି । ହେଲେ ଏବେ ସୁଦ୍ଧା ବନ୍ୟା ପ୍ରଭାବିତ ଅଂଚଳକୁ ପ୍ରଶାସନିକ ଅଧିକାରୀଙ୍କ ପାଦ ପଡିନି । ଯାହାକୁ ନେଇ ପାଣି ଘେରରେ ଥିବା ଲୋକେ କ୍ଷୋଭ ପ୍ରକାଶ କରିଛନ୍ତି ।

ଲଘୁଚାପ ଯୋଗୁଁ ସୁବର୍ଣ୍ଣରେଖା ଓ ଜଳକାର ଉପର ମୁଣ୍ଡରେ ୨ ଦିନ ହେବ ବର୍ଷା ଲାଗି ରହିଛି ।  ଲଗାଣ ବର୍ଷା ଯୋଗୁଁ ବିହାରର ଚାନ୍ଦିନୀ ଡ୍ୟାମ ଖୋଲିବ ବୋଲି ସୂଚନା ମିଳିଛି । ତେବେ ଯଦି ଚାନ୍ଦିନୀ ଡ୍ୟାମ ପାଣି ଆସେ ତେବେ ବାଲିଆପାଳରେ ସ୍ଥିତି ଭୟାନକ ହେବ ।