ଭୁଷୁଡୁଛି ବଲାଙ୍ଗିର ଟିମନ୍ ଗ୍ୟାଙ୍ଗର ସାମ୍ରାଜ୍ୟ

46

ବଲାଙ୍ଗିର : ବଲାଙ୍ଗିର ଡନ୍ ଟିମନ୍ କୁମ୍ଭାର ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ କୁହାଯାଉଥିବା କ୍ଷୀରୋଦ ମିଶ୍ରର ଜବରଦଖଲ ଉଚ୍ଛେଦ ଆରମ୍ଭ ହୋଇଛି । ପ୍ରଶାସନ ପକ୍ଷରୁ ଆଜି ଶାନ୍ତିପଡ଼ାସ୍ଥିତ ଏକ ସ୍କୁଲ ଜମିରେ ବେଆଇନ୍ ଭାବେ ନିର୍ମାଣ କରିଥିବା କୋଠା ଘର ଭଙ୍ଗାଯାଉଛି ।ଆଇନ୍ ଶୃଙ୍ଖଳା ପରିସ୍ଥିତି ଉପୁଜିବାର ଆଶଙ୍କା ଥିବାରୁ ଘଟଣାସ୍ଥଳରେ ପୁଲିସ୍ ଫୋର୍ସ ମୁତୟନ କରାଯାଇଛି । ସେହିପରି ଟିମନ୍ କୁମ୍ଭାରର ଜବରଦଖଲ ଘରକୁ ମଧ୍ୟ ପ୍ରଶାସନ ପକ୍ଷରୁ ଭଙ୍ଗାଯାଇଛି । ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ କ୍ଷୀରୋଦ ମିଶ୍ର ସମେତ ଗ୍ୟାଙ୍ଗର ୧୦ ଜଣ ସଦସ୍ୟ ଫେରାର ଅଛନ୍ତି । ତେବେ ଜଣେ ସାଧାରଣ ଶିକ୍ଷକଙ୍କ ଅସାଧାରଣ କାରବାରକୁ ନେଇ ପୁରା ବଲାଙ୍ଗିର ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଅପରାଧର ମାଷ୍ଟର ମାଇଣ୍ଡ ସାଜି ବହୁ କମ ଦିନ ଭିତରେ କୋଟି କୋଟି ଟଙ୍କାର ମାଲିକ ହୋଇଯାଇଥିଲେ କ୍ଷୀରୋଦ ମିଶ୍ର ।