ଥମୁନି ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ନେଇ ବିବାଦ ! ନବୀନ ପଟ୍ଟନାୟକଙ୍କ ନିକଟରେ ଫେରାଦ ହେଲେ କଟକ ଜିଲ୍ଲାର ଦୁଇଟି ବ୍ଲକର ବିଜେଡି କର୍ମୀ

32

ଥମୁନି ସାଂସଦ ବୈଜୟନ୍ତ ପଣ୍ଡାଙ୍କୁୂ ନେଇ ବିବାଦ । ଆଜି ତୃତୀୟ ଦିନରେ ପୁଣି ବୈଜୟନ୍ତଙ୍କ ବିରୋଧରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟରେ ଫେରାଦ ହୋଇଛନ୍ତି କଟକ ଜିଲ୍ଲାର ଦୁଇଟି ବ୍ଲକର ବିଜୁ ଜନତା ଦଳ କର୍ମୀ ।

ଟାଙ୍ଗୀ-ଚୌଦ୍ୱାର ଓ ସାଲେପୁର ବ୍ଲକର ବହୁ ବିଜେଡି ସଦସ୍ୟ ନବୀନ ନିବାସ ଯାଇ ନବୀନଙ୍କୁ ସ୍ମାରକ ପତ୍ର ଦେଇଛନ୍ତି । ସାଂସଦ ବୈଜୟନ୍ତ ଏହି ଦୁଇଟି ବ୍ଲକରେ ବିଜେଡି କର୍ମୀଙ୍କୁ ଅଣଦେଖା କରିବା ନେଇ ସେମାନେ ନବୀନଙ୍କ ନିକଟରେ ଅଭିଯୋଗ କରିଛନ୍ତି । ସେହିପରି ସାଂସଦ ତାଙ୍କ ପାଣ୍ଠି ପ୍ରଦାନରେ ମଧ୍ୟ ପାତର ଅନ୍ତର କରିବା ଅଭିଯୋଗ କରିଛନ୍ତି । ତେବେ କର୍ମୀଙ୍କଠାରୁ ସ୍ମାରକ ପତ୍ର ଗ୍ରହଣ କରିବା ପରେ ମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତିି ବିଜେଡିର କଟକ ଜିଲ୍ଲା ପର୍ଯ୍ୟବେକ୍ଷକ ଉଷା ଦେବୀ ଅଭିଯୋଗର ତଦନ୍ତ କରିବେ । ଏବଂ ରିପୋର୍ଟ ଅନୁସାରେ ପଦକ୍ଷେପ ନିଆଯିବ ।