କାକଟପୁର ମଙ୍ଗଳା ମନ୍ଦିରରେ ଦାନଦକ୍ଷିଣାକୁ ନେଇ ଗଣ୍ଡଗୋଳ । ଯୁକ୍ତିତର୍କ ପରେ ମହିଳା ଗୋମଗାର୍ଡଙ୍କୁ ମାଡ ମାରିଲେ ଭକ୍ତ

କ୍ୟାମେରାରେ କଏଦ ହେଲା ପୂରା ଦୃଶ୍ୟ

135

କନକ ବ୍ୟୁରୋ: କାକଟପୁର ମା ମଙ୍ଗଳା ମନ୍ଦିରରେ ଦାନଦକ୍ଷିଣାକୁ କେନ୍ଦ୍ରକରି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ମନ୍ଦିର ମଧ୍ୟରେ ସୁରକ୍ଷା ଦାୟିତ୍ୱରେ ଥିବା ହୋମଗାର୍ଡଙ୍କୁ ମାଡ ମାରିବା ଅଭିଯୋଗରେ ମହିଳାଭକ୍ତଙ୍କୁ ଜେଲ ଯିବାକୁ ପଡିଛି । ଦକ୍ଷିଣାକୁ ନେଇ ମହିଳା ହୋମଗାର୍ଡଙ୍କୁ
ସୂଚନା ଅନୁସାରେ, ଗତକାଲ ଖୋର୍ଦ୍ଧାର ନର୍ମଦା ଓ ତାଙ୍କ ପରିବାର ମା ମଙ୍ଗଳାଙ୍କ ପୀଠକୁ ପୂଜାର୍ଚ୍ଚନା ପାଇଁ ଆସିଥିଲେ ।

 

ସମସ୍ତେ ମନ୍ଦିର ଭିତରକୁ ଯାଇ ଦର୍ଶନ କରିଥିଲେ । ନର୍ମଦା ମହାପାତ୍ର ଗର୍ଭଗୃହ ମଧ୍ୟକୁ ଯିବାକୁ ଚାହିଁବାରୁ ସେଠାରେ ଥିବା ସେବକ ଥାଳିରେ ଦାନଦେଲେ ଗର୍ଭଗୃହକୁ ଛାଡିବେ ବୋଲି କହିଥିଲେ । ଏହାକୁ ନେଇ ଦୁହିଁଁଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ପରେ ହୋମଗାର୍ଡ ଏଥିରେ ହସ୍ତକ୍ଷେପ କରିବାରୁ ମହିଳା ଭକ୍ତ ତାଙ୍କୁ ମାଡ ମାରିଥିବା ଅଭିଯୋଗ ହେଇଛି । ଏହା ସିସିଟିଭିରେ କଏଦ ହୋଇଛି ।

ଉଲ୍ଲେଖ ଥାଉ କି, କିଛି ଦିନ ତଳେ ମଧ୍ୟ ମଙ୍ଗଳା ମନ୍ଦୀରରେ ଏଭଳି ମାମଲା ସାମ୍ନାକୁ ଆସିଥିଲା । ବଚସାକୁ କେନ୍ଦ୍ରକରି ମହିଳା ଭକ୍ତଙ୍କୁ ସେବାୟତ ମାଡ ମାରିଥିବା ଅଭିଯୋଗ ହୋଇଥିଲା। ଆଉ ଘଟଣାର ପୁରା ଚିତ୍ର କଏଦ ହୋଇଥିଲା ସିସିଟିଭିରେ । ତେବେ ପୁରୀରୁ ମଙ୍ଗଳାଙ୍କ ଦର୍ଶନ ପାଇଁ ୨ ଜଣ କନଷ୍ଟେବଳଙ୍କ ପରିବାର ଆସିଥିଲେ । ମନ୍ଦିରକୁ ପ୍ରବେଶ ପରେ ଜଗମୋହନ ନିକଟରେ ଅଟକାଇ ସେବାୟତମାନେ ବାରମ୍ବାର ପଚାରିଥିଲେ ସେମାନେ କେଉଁଠୁ ଆସିଛନ୍ତି । ପରେ ଦକ୍ଷିଣା ମାଗିବା ବେଳେ ଉଭୟ ପକ୍ଷ ମଧ୍ୟରେ ଝମେଲା ହୋଇଥିଲା । କିଛି ସେବାୟତ ମହିଳାଙ୍କୁ ଠେଲାପେଲା କରିଥିବା ମଧ୍ୟ ଅଭିଯୋଗ ହୋଇଥିଲା । ଏହି ଘଟଣା ପରେ କନଷ୍ଟେବଳଙ୍କ ପରିବାର ପକ୍ଷରୁ କାକଟପୁର ଥାନାରେ ଏତଲା ଦିଆଯାଇଥିଲା । ପୋଲିସ ଘଟଣାର ତଦନ୍ତ କରି ୩ ଜଣ ସେବାୟତଙ୍କୁ ଗିରଫ କରିଥିଲା ।