ଆଠଗଡରେ ହାତୀ ଆକ୍ରମଣରେ ଜଣେ ମୃତ : କ୍ଷତିପୂରଣ ଦାବିରେ ୫୫ ନମ୍ବର ଜାତୀୟ ରାଜପଥ ଅବରୋଧ

21

ଆଠଗଡ : କଟକ ଆଠଗଡରେ ହାତୀ ଆତଙ୍କ । ଖୁଂଟୁଣୀ ରେଂଜ ବଉଳ ନିକଟରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି । ହାତୀ ଆକ୍ରମଣରେ ଗୁରୁଡିଝାଟିଆ ଶଶାଙ୍ଗ ଗାଁର ଟିକମ୍ ସାହୁଙ୍କର ମୃତ୍ୟୁ ହୋଇଛି । ଗୁରୁଡିଝାଟିଆରେ ହାତୀପଲ ବାରମ୍ବାର ଉତ୍ପାତ କରୁଥିବା ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ଉତେଜନା ଲାଗି ରହିଛି । ଉତ୍ୟକ୍ତ ଲୋକ ୫୫ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି । କ୍ଷତିପୂରଣ ଦାବିରେ ଲୋକେ ଟାୟାର ଜଳି ରାସ୍ତାରୋକ କରିଛନ୍ତି ।