ଆଜି ପଦକ ପାଇଁ ପଡିଆକୁ ଓହ୍ଲାଇବେ ଶ୍ରାବଣୀ ଓ ପୂର୍ଣ୍ଣିମା ! ପ୍ରଥମ ଥର ପାଇଁ ଆରମ୍ଭ କରିବେ ଅଭିଯାନ

20

କନକ ବ୍ୟୁରୋ: ଏସୀୟ ଦୈଡକୁଦ ପ୍ରତିଯୋଗିତାରେ ଆଜି ଦୈଡିବେ ଓଡିଆ ଆଥଲେଟ୍ । ଆଜି ଟ୍ରାକରେ ହେଫ୍ଟାଥଲନ ବର୍ଗରେ ସକାଳେ ଅଂଶଗ୍ରହଣ କରିବେ ପୂର୍ଣ୍ଣିମା ହେମ୍ବମ୍ର । ସେହିଭଳି ୨୦୦ ମିଟର ମହିଳା ବର୍ଗରେ ଅଂଶଗ୍ରହଣ କରିବେ ଦୂତୀ ଚାନ୍ଦ ଓ ଶ୍ରାବଣୀ ନନ୍ଦ । ଅନ୍ୟପଟେ, ୨୦୦ ମିଟର ପୁରୁଷ ବର୍ଗରେ ବି ଭାଗ ନେବେ ଅମୀୟ ମଲ୍ଲିକ । ତେବେ କାଲି ୧୦୦ ମିଟର ଦୈଡରୁ ବାଦ ପଡିଥିଲେ ଅମୀଲ ମଲ୍ଲିକ ।

ସୂଚନା ମୁତାବକ, କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ୨୨ତମ ଏସିଆନ୍ ଆଥଲେଟିକ୍ ମିଟରେ ଗତକାଲି ବ୍ରୋଂଚ ପଦକ ଜିତିଛନ୍ତି ଓଡିଆ ଧାବିକା ଦୂତି ଚାନ୍ଦ । ୧୦୦ମିଟର ଦୋ÷ଡ ଫାଇନାଲରେ ତୃତୀୟ ସ୍ଥାନରେ ରହି ଓଡିଶା ପାଇଁ ଗୋ÷ରବ ଆଣିଛନ୍ତି ଓଡିଆ ଧାବିକା । କାଜାକିସ୍ତାନର ଭିକ୍ଟୋରିଆ ଜାବାକିନା ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ସେହି କାଜାକିସ୍ତାନର ଓଲଗା ସାପ୍ରୋନୋଭା ରୌପ୍ୟ ପଦକ ପାଇ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଭିକ୍ଟୋରିଆ ଜାବାକିନା ୧୧. ୩୯ ସେକେଣ୍ଡରେ ସ୍ୱର୍ଣ୍ଣ ପଦକ ପାଇଛନ୍ତି । ସେହିପରି ସାପ୍ରୋନୋଭା ୧୧. ୪୫ ସେକେଣ୍ଡରେ ଶହେମିଟର ଅତିକ୍ରମ କରି ରୌପ୍ୟ ପଦକ ହାସଲ କରିଛନ୍ତି ।

ତେବେ ଦୂତିଙ୍କ ସମୟ ଥିଲା ୧୧.୫୨ ସେକେଣ୍ଡ । ପୂର୍ବରୁ ସେମି ଫାଇନାଲରେ ଦୂତିଙ୍କ ଟାଇମିଂ ଥିଲା ୧୧.୫୬ ସେକେଣ୍ଡ । ଦୂତି ଚାନ୍ଦଙ୍କ ଦୋ÷÷ଡ ଦେଖିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପଦକ ଜିତିବା ପରେ ଦୂତିଙ୍କୁ ଶୁଭେଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ଏବଂ ତାଙ୍କୁ ୨ ଲକ୍ଷ ୫୦ ହଜାର ଟଙ୍କାର ପୁରସ୍କାର ଦେବା ପାଇଁ ଘୋଷଣା କରିଛନ୍ତି ଓଡିଶା ସରକାର ।

ଅନ୍ୟପଟେ, ୨୨ତମ ଏସିଆନ ଆଥେଲେଟିକ୍ ଚାମ୍ପିଅନସିପର ଦ୍ୱିତୀୟ ଦିନ ଶେଷ ସୁଦ୍ଧା ପଦକ ତାଲିକାର ଶୀର୍ଷରେ ରହିଛି ଭାରତ । ୬ଟି ସ୍ୱର୍ଣ୍ଣ, ୩ଟି ରୌପ୍ୟ ଓ ୬ ବ୍ରୋଂଜ ସହ ୧୫ ଟି ପଦକ ପାଇଛି ଭାରତ । ୪ ସ୍ୱର୍ଣ୍ଣ, ୩ ରୌପ୍ୟ ଓ ୩ ବ୍ରୋଂଜ ସହ ୧୦ଟି ପଦକ ପାଇ ଦ୍ୱିତୀୟ ସ୍ଥାନରେ ରହିଛି ଚୀନ । ସେହିପରି ୩ ସ୍ୱଣ୍ଣ ଓ ଗୋଟିଏ ବ୍ରୋଂଜ ପଦକ ସହ ତୃତୀୟ ସ୍ଥାନରେ ଇରାନ ରହିଛି । ପଦକ ତାଲିକାରେ କାଜାଗସ୍ଥାନ ଗୋଟିଏ ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ ଓ ଗୋଟିଏ ବ୍ରୋଂଜ ପାଇ ଚତୁର୍ଥ ସ୍ଥାନରେ ରହିଛି ।