ଅଳସୁଆ କର୍ମଚାରୀଙ୍କୁ ସାବାଡା କରିବାକୁ ୟୁପି ମୁଖ୍ୟମନ୍ତ୍ରୀଙ୍କ ନୁଆ ପଦକ୍ଷେପ ! ଅବସର ବୟସ ସୀମା ପୂର୍ବରୁ ଦିଆଯିବ ଅବସର

28

କନକ ବ୍ୟୁରୋ: ଅଳସୁଆ କର୍ମଚାରୀ ଓ ଅଧିକାରୀଙ୍କୁ ଅବସର ବୟସ ସୀମା ପୂର୍ବରୁ ଅବସର ଦେବାକୁ ଘୋଷଣା କରିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ୫୦ବର୍ଷ ବୟସରୁ ହିଁ ଅଳସୁଆ କର୍ମଚାରୀ ଓ ଅଧିକାରୀଙ୍କୁ ଅବସର ଦେବାକୁ ଯୋଗୀ ସରକାର ନିଷ୍ପତି ନେଇଛନ୍ତି । ଏଭଳି କିଛି କର୍ମଚାରୀଙ୍କ ତାଲିକା ପ୍ରସ୍ତୁତ କରାଯାଇ ନୋଟିସ୍ କରାଯିବ ବୋଲି ଜଣାପଡିଛି ।

ତେବେ ନୋଟିସର ରିଟାୟରମେଂଟର କୌଣସି କାରଣ ଦର୍ଶାଯିବନାହିଁ । ୩ ମାସ ନୋଟିସ୍ ପିରିୟଡରେ ରହିବା ପରେ ସେମାନଙ୍କୁ କର୍ମକ୍ଷେତ୍ରରୁ ଅବସରପ୍ରାପ୍ତ ଘୋଷଣା କରାଯିବ ବୋଲି ସୂଚନା ମିଳିଛି । ଅଳସୁଆ କର୍ମଚାରୀଙ୍କ ଅବସର ପୂର୍ବରୁ ଅବସର ଦେବା ପାଇଁ ଯୋଗୀ ସରକାର ଏକ ସ୍କ୍ରିନିଂ କମିଟି ଗଠନ କରିବାକୁ ଯୋଜନା କରିଛନ୍ତି । ଏହି କମିଟି ଆଧାରରେ ଆଗାମୀ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ।