ଦିଲ୍ଲୀରେ ରାତିଅଧିଆ ଡ୍ରାମା ! ଆପର ବିଦ୍ରୋହୀ ନେତା କୁମାର ବିଶ୍ୱାସଙ୍କୁ ମନାଇବାକୁ ଘରେ ପହଁଂଚିଲେ କେଜ୍ରିୱାଲ

43

କନକ ବ୍ୟୁରୋ: ଆପ୍ ନେତା କୁମାର ବିଶ୍ୱାସଙ୍କୁ ମନେଇବାକୁ ଜୋରଦାର ପ୍ରୟାସ । କୁମାର ବିଶ୍ୱାସଙ୍କୁ ମନାଇବା ପାଇଁ ତାଙ୍କୁ ଭେଟିଛନ୍ତି ଆପ୍ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ମନୀଶ ଶିଷୋଦିଆ । କୁମାର ବିଶ୍ୱାସଙ୍କ ବାସଭବନରେ ଉଭୟ ନେତା ତାଙ୍କୁ ଭେଟିଛନ୍ତି । ଭେଟିବା ପରେ କେଜ୍ରିୱାଲ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଆଶା କରୁଛୁ ବିଶ୍ୱାସଙ୍କୁ ମନାଇବାରେ ସଫଳ ହେବୁ ।

ତେବେ ପାର୍ଟି ଉପରୁ କୁମାରଙ୍କ ବିଶ୍ୱାସଙ୍କ ବିଶ୍ୱାସ ତୁଟି ଯାଇଛି । ଏକ ଗଣମାଧ୍ୟମକୁ ପ୍ରତିକ୍ରିୟାରେ ଏହା କହିଛନ୍ତିି ବିଶ୍ୱାସ । ସେ କହିଛନ୍ତି ସତ କଥା କହିବାରୁ ତାଙ୍କ ବିରୋଧରେ ଷଡଯନ୍ତ୍ର କରାଯାଇଛି । ଦଳର ଜଣେ ବିଧାୟକ ତାଙ୍କୁ ବିଜେପିର ଏଜେଂଟ କହିଲେ । କିନ୍ତୁ ଦଳ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ । ଯଦି କେଜ୍ରିୱାଲ କିମ୍ବା ଶିଷୋଦିଆଙ୍କ ବିରୋଧରେ ଏଭଳି ବୟାନ ଦେଇଥାନ୍ତେ, ତେବେ ୧୦ମିନିଟ୍ ଭିତରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥାନ୍ତା ।