ସୁଧୁରୁନି ପାକିସ୍ତାନ : ସୀମାରେ ପାକ୍ ସମର୍ଥିତ ଆତଙ୍କବାଦୀଙ୍କ ବର୍ବରତା

28

କନକ ବ୍ୟୁରୋ : ପାକ୍ ଆତଙ୍କବାଦୀଙ୍କ ବର୍ବରତା । ଏତେ ପରେ ବି ସୁଧୁରୁନି ପାକିସ୍ତାନ । ଏଲଓସିରେ ସବୁ ସୀମାକୁ ଅତିକ୍ରମ କରିଛନ୍ତି ପାକ୍ ସମର୍ଥିତ ଆତଙ୍କବାଦୀ । ଏଲଓସି ନିକଟରେ ଜଣେ ଯବାନଙ୍କୁ ବିଭତ୍ସ ଭାବେ ହତ୍ୟା କରଛନ୍ତି ଆତଙ୍କବାଦୀ । ଏପରିକି ଯବାନଙ୍କ ମୁଣ୍ଡକୁ ମଧ୍ୟ କାଟି ଦେଇଛନ୍ତି ଆତଙ୍କବାଦୀ । ୧୭ ଶିଖ୍ ରେଜିମେଂଟର ଯବାନ ମନଜିତ୍ ସିଂହଙ୍କ ଖଣ୍ଡ ବିଖଣ୍ଡିତ ଶବ ଉଦ୍ଧାର କରଛି ସେନା ।

ଘଟଣା ସମ୍ପର୍କରେ ପ୍ରଧାନମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ ଏବଂ ସେନାମୁଖ୍ୟଙ୍କୁ ଅବଗତ କରାଯାଇଛି । ନିୟନ୍ତ୍ରଣ ରେଖାର ମଚାଲ ସେକ୍ଟରରେ ଏହି ଘଟଣା ଘଟିଥିବା ସେନା ପକ୍ଷରୁ କୁହାଯାଇଛି । ପାକ୍ ସେନା ଓ ଆତଙ୍କବାଦୀଙ୍କ କାପୁରୁଷୋଚିତ କାର୍ଯ୍ୟର ଠିକଣା ଯବାବ ଦେବାକୁ ଭାରତୀୟ ସେନା ପ୍ରସ୍ତୁତ ବୋଲି ସେନା ପକ୍ଷରୁ କୁହାଯାଇଛି ।

ଆତଙ୍କବାଦୀମାନେ ଭାରତୀୟ ସୀମା ଭିତରକୁ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଦେଇଛି ସେନା । ତେବେ ଆତଙ୍କବାଦୀମାନେ ଛତ୍ର ଭଙ୍ଗ ଦେବାବେଳେ ସେମାନଙ୍କୁ ସୁରକ୍ଷା ଦେବାକୁ ପାକିସ୍ତାନ ସେନା ଭାରତୀୟ ପୋଷ୍ଟ ଉପରେ ପ୍ରବଳ ଗୁଳି ମାଡ କରିଥିଲେ । ଏହାର ସୁଯୋଗ ନେଇ ଆତଙ୍କବାଦୀମାନେ ଖସି ପଳାଇବାରେ ସମର୍ଥ ହୋଇଥିବା ସେନା ପକ୍ଷରୁ କୁହାଯାଇଛି ।

ପାକ୍ ସେନାଙ୍କ ସହାୟତାରେ ମନଜିତଙ୍କୁ ହତ୍ୟା କରିବାରେ ଆତଙ୍କବାଦୀମାନେ ସକ୍ଷମ ହୋଇଥିଲେ । ତେଣୁ ଏହା ପଛରେ ପାକ୍ ସେନାର ହାତ ଥିବା କୁହାଯାଉଛି । ଭାରତୀୟ ସେନା ଗୁଳିରେ ଜଣେ ଆତଙ୍କବାଦୀ ମଧ୍ୟ ନିହତ ହୋଇଥିବା ଜଣାପଡିଛି । ସେପଟେ ଉରି ଆକ୍ରମଣ ପରଠାରୁ ସୀମାରେ ବାରମ୍ବାର ମୋର୍ଟାର ମାଡ କରୁଛି ପାକ୍ ସେନା । ଭୟରେ ସୀମାବର୍ତି ଅଂଚଳର ଗାଁ ଲୋକ ଘରଦ୍ୱାର ଛାଡି ସରକାରୀ ଶିିବିରରେ ଯାଇ ରହିବା ଆରମ୍ଭ କରିଛନ୍ତି ।