ପାକିସ୍ତାନକୁ ନୂଆ ସେନା ମୁଖ୍ୟଙ୍କ କଡା ଚେତାବନୀ ! ‘ପୁଣି ହେବ ସର୍ଜିକାଲ ଷ୍ଟ୍ରାଇକ’

52

କନକ ବ୍ୟୁରୋ : ପାକିସ୍ତାନକୁ ନୂଆ ସେନାମୁଖ୍ୟଙ୍କ କଡା ଚେତାବନୀ, ସୀମାରେ ଛାୟା ଯୁଦ୍ଧ ବନ୍ଦ କର । ନଚେତ ପୁଣି ହେବ ସର୍ଜିକାଲ ଷ୍ଟ୍ରାଇକ୍ । ଜମ୍ମୁ-କଶ୍ମୀରରେ ପାକିସ୍ତାନ ଚଳାଇଥିବା ଛାୟା ଯୁଦ୍ଧ ନେଇ ଏହା କହିଛନ୍ତି ରାୱତ୍ । ସେନା ଦିବସ ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ରାୱତ ଏହା କହଛନ୍ତି ।

ଜମ୍ମୁ-କଶ୍ମୀରରେ ଲାଗି ରହିଥିବା ଅଶାନ୍ତି ପଛରେ ପାକିସ୍ତାନର ସମ୍ପୃକ୍ତି ରହିଛି । ଭାରତ ଓ ପାକ୍ ସୀମାରେ ପାକ୍ ଆତଙ୍କବାଦୀ ବାରମ୍ବାର ଅନୁପ୍ରବେଶ କରିବା ପାଇଁ ଉଦ୍ୟମ କରୁଛନ୍ତି । ପାକ୍ ଆତଙ୍କବାଦୀଙ୍କ ଏହି ଉଦ୍ୟମକୁ ପଣ୍ଡ କରୁଛି ଭାରତୀୟ ସେନା ।