ନାବାଳିକାକୁ ପୋଡି ହତ୍ୟା ଉଦ୍ୟମ : ଆଜିଠୁ ଆରମ୍ଭ ହେବ କ୍ରାଇମବ୍ରାଂଚ ତଦନ୍ତ

27

କନକ ବ୍ୟୁରୋ : କଳାହାଣ୍ଡି ଜିଲ୍ଲାରେ ନାବାଳିକାକୁ ଜୀଅନ୍ତା ପୋଡି ହତ୍ୟା ଉଦ୍ୟମ ମାମଲାର ତଦନ୍ତ କରିବ କ୍ରାଇମବ୍ରାଂଚ । ଏହି ଘଟଣାରେ ନର୍ଲା ଥାନା ପୁଲିସ ହତ୍ୟା ମାମଲା ରୁଜୁ କରି ଦୁଇ ଅଭିଯୁକ୍ତଙ୍କୁ ଧରିଥିବାବେଳେ କ୍ରାଇମବ୍ରାଂଚ ଏହାର ତଦନ୍ତ ଆରମ୍ଭ କରିବ । କ୍ରାଇମବ୍ରାଂଚର ଜଣେ ମହିଳା ଇନସପେକ୍ଟରଙ୍କ ସମେତ ଚାରି ଜଣ ଅଧିକାରୀ ଆଜି ନର୍ଲାରେ ପହଂଚି ଏହି ଘଟଣାର ତଦନ୍ତ କରିବେ ।

ତଦନ୍ତ ବେଳେ ରସୁଲଗଡ ସ୍ଥିତ ଫରେନସିକ ଲ୍ୟାବର ଅଧିକାରୀ ମଧ୍ୟ କ୍ରାଇମବ୍ରାଂଚକୁ ତଦନ୍ତ ପ୍ରକ୍ରୀୟାରେ ସହଯୋଗ କରିବେ ବୋଲି ଜଣାପଡିଛି । କଳାହାଣ୍ଡି ଜିଲ୍ଲା ନର୍ଲାର ମଧୁପୁରରେ ଗତ ବୁଧବାର ଦିନ କମେଂଟ ମରାକୁ ନେଇ ଜଣେ ନାବାଳିକା ଜିଅନ୍ତ ପୋଡି ହତ୍ୟା ଉଦ୍ୟମ କରିଥିଲେ ତାଙ୍କ ସମ୍ପର୍କୀୟ ମାମୁଁ ।

ପୀଡିତା ନାବାଳିକାଙ୍କ ସମ୍ପର୍କୀୟ ମାମୁଁ ସାନା ସାହୁ ଓ ବୁଲୁ ଦାସଙ୍କୁ ପୁଲିସ ଗିରଫ କରି ତାଙ୍କ ବାପା, ମା’ଙ୍କ ସମତେ ୬ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି । ସେପଟେ ପୀଡିତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ମେଡିକାଲରୁ ରାଉରକେଲା ଆଇଜିଏଚକୁ ସ୍ଥାନାନ୍ତରିତ କରାଯାଇଛି । ଏହା ସହିତ ଦେଖନ୍ତୁ ଏହି ଭିଡିଓ :