ପୁର୍ନଗଠନ ପରେ ରାଜ୍ୟ କଂଗ୍ରେସରେ ଅସନ୍ତୋଷ: ଜିଲ୍ଲା ସଭାପତି ଚୟନ ପରେ ୱାନ ମ୍ୟାନ୍ ୱାନ୍ ପୋଷ୍ଟ ନିଷ୍ପତିକୁ ନେଇ ଦ୍ୱନ୍ଦ୍ୱ

34

କନକ ବ୍ୟୁରୋ: କଂଗ୍ରେସର ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା ହେବା ପରେ ଅସନ୍ତୋଷ ଦେଖାଦେଇଛି । ଖୋର୍ଧା ଜିଲ୍ଲା ସଭାପତି ସୁର ରାଉତରାୟ, ବିଧାୟକ କଂଗ୍ରେସ କୃଷ୍ଣ ସଗରିଆ ଓ ଭୁବନେଶ୍ୱର କଂଗ୍ରେସ ସଭାପତି ମନୋରଞ୍ଜନଓ ଦାସ ଏହା ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଜଣେ ବ୍ୟକ୍ତି, ଗୋଟିଏ ପଦବୀ ନିଷ୍ପତିର ପୁନଃବିଚାର କରିବାକୁ ଅପିଲ କରିଛନ୍ତି ସୁର ଓ ମନୋରଞ୍ଜନ । ସୁର ରାଉତରାୟ କୌଣସି ପରିସ୍ଥିତିରେ ଏହି ନିଷ୍ପତିକୁ ମାନିପାରିବେନି ବୋଲି କହିଛନ୍ତି ।

ସେ କହିଛନ୍ତି, ଜଟଣୀ ନିର୍ବାଚନମଣ୍ଡଳୀରେ ସେ ଲଗାତାର ପରିଶ୍ରମ କରିଆସିଛନ୍ତି । ଯଦି ଛିଡା ହେବିନି ତାର ମୂଲ୍ୟ କଣ ବୋଲି ସୁର ପ୍ରଶ୍ନ କରଛନ୍ତି । ତାଙ୍କର ଶେଷ ଇଚ୍ଛା ଦଳ ତାଙ୍କୁ ଟିକେଟ ଦେଉ ବୋଲି ସୁର କହିଛନ୍ତି । ମନୋରଞ୍ଜନ ଦାସ କହିଛନ୍ତି ୧୮ ବର୍ଷ ହେଲା ଦଳ ପାଇଁ କାମ କରିଆସିଛୁ । ଜଣେ ବ୍ୟକ୍ତି, ଗୋଟିଏ ପଦବୀ ନିଷ୍ପତିର ପୁନଃବିଚାର ନ କଲେ ଅନେକ ଦକ୍ଷ ଲୋକ ବାଦ ପଡିବାର ଆଶଙ୍କା ରହିଛି ।

ସେପଟେ ମୀନାକ୍ଷୀ ବିହାନୀପତିଙ୍କୁ କୋରାପୁଟ ଜିଲ୍ଲା ସଭାପତି କରାଯିବା ପରେ ବିଷ ଓଗାଳିଛନ୍ତି କୃଷ୍ଣ ସଗରିଆ । ସେ କହିଛନ୍ତି, ମୀନାକ୍ଷୀଙ୍କୁ ବୃଥାରେ ଜିଲ୍ଲା ସଭାପତି କରାଯାଇଛି । ଆମେ ନିଜ ଦିମରେ ନିର୍ବାଚନ ଜିତିଛୁ । ସେ ଆଜି ଯାଏଁ ଆମ ପାଇଁ କିଛି କରିନାହାନ୍ତି ।

DCC

ଉଲ୍ଲେଖ ଥଆଉ କି, ୨୦୧୯ ଲଢ଼େଇ ପୂର୍ବରୁ ଜିଲ୍ଲା କଂଗ୍ରେସରେ ବ୍ୟାପକ ପରିବର୍ତନ କରାଯାଇଛି । ହାଇକମାଣ୍ଡଙ୍କ ସହ ଆଲୋଚନା ପରେ ୨୨ଟି ସଂଗଠନିକ ଜିଲ୍ଲା ସଭାପତିଙ୍କୁ ପରିବର୍ତନ କରାଯାଇଛି । ସେହିପରି ୧୧ ଜଣ ଜିଲ୍ଲା ସଭାପତିଙ୍କ ଉପରେ ଆସ୍ତା ପ୍ରକଟ କରିଛନ୍ତି ହାଇକମାଣ୍ଡ । ମୋଟ୍ ୩୩ଟି ସାଂଗଠନିକ ଜିଲ୍ଲା ସଭାପତିଙ୍କ ସାଗଠିନକ ଦକ୍ଷତାକୁ ଅନୁଧ୍ୟାନ ପରେ ଚୁଡାନ୍ତ ନିଷ୍ପତି ନେଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ରାଜ୍ୟସ୍ତରୀୟ ସଂଗଠନରେ ଯେମିତି କାର୍ଯ୍ୟକାରୀ ସଭାପତି ନିଯୁକ୍ତ କରିଥିଲେ କଂଗ୍ରେସ ହାଇକମାଣ୍ଡ ଠିକ୍ ଜିଲ୍ଲାସ୍ତରୀୟ ସଂଗଠନ ପୁର୍ନରଗଠନରେ ବି ଏକା ଫର୍ମୁଲା ଆପଣାଇଛି କଂଗ୍ରେସ । ଦିଲ୍ଲୀରେ କଂଗ୍ରେସ ଅଧ୍ୟକ୍ଷଙ୍କ ସହ ପିସିସି ସଭାପତି ନିରଞ୍ଜନ ପଟ୍ଟାୟକ, ପ୍ରଭାରୀ ଜୀତେନ୍ଦ୍ର ସିଂ, କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ, ଚିରଂଜୀବୀ ବିଶ୍ୱାଳ ସମେତ ୯ ଜଣିଆ ଟିମ୍ ଭେଟି ଆଲୋଚନା କରିବ ପରେ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କରାଯାଇଥିଲା ।