ଆସନ୍ତାକାଲି ବଲାଙ୍ଗୀରରେ ଅନୁଷ୍ଠିତ ହେବ କୋଶଳୀ ସାହିତ୍ୟ ପତ୍ରିକା ଜୁଗାରର ବାର୍ଷିକ ଉତ୍ସବ ! ସାମିଲ ହେବେ ବହୁ ବୁଦ୍ଧିଜୀବି ତଥା କବି, ସମ୍ବର୍ଧିତ ହେବେ ପଦ୍ମଶ୍ରୀ ଚତୁର୍ଭୁଜ ମେହେର

50

କନକ ବ୍ୟୁରୋ : ଆସନ୍ତାକାଲି ବଲାଙ୍ଗିର ଟାଉନ ହଲ ଠାରେ ଅନୁଷ୍ଠିତ ହେବାକୁ ଯାଉଛି ସମ୍ବାଦର ସମ୍ବଲପୁରୀ ସାପ୍ତାହିକୀ ପତ୍ରିକାର ବାର୍ଷିକ ଉତ୍ସବ । ଏଥିରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ , ପଦ୍ମଶ୍ରୀ ହଳଧର ନାଗ , ସମ୍ବାଦର ପ୍ରତିଷ୍ଠାତା ତଥା ସଂପାଦକ ସୋମ୍ୟ ରଞ୍ଜନ ପଟ୍ଟନାୟକ ଯୋଗଦେବେ । ସେହିପରି ମୁଖ୍ୟ ବକ୍ତା ଭାବେ ଡ. ଶଶାଙ୍କ ଶେଖର ପଣ୍ଡା, ଆଶିଷ ଠାକରେ, ରଣଜିତ ଗୁରୁ ପ୍ରମୁଖ ବକ୍ତବ୍ୟ ରଖିବେ । ସେହିପରି ପଦ୍ମଶ୍ରୀ ଚତୁର୍ଭୁଜ ମେହର ଓ ଶ୍ରୀମତୀ ପ୍ରଣତୀ ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରାଯିବ ।

ସମ୍ବଲପୁରୀ ଭାଷାକୁ ଓ ଲେଖକ ଲେଖୀକାମାନଙ୍କ ପାଇଁ ଜୁଗାର ହେଉଛି ସମ୍ବାଦର ଏକ ଭିନ୍ନ ପ୍ରୟାସ । ସମ୍ବାଦର କୋଶଲୀ ସାହିତ୍ୟ ପତ୍ରିକା ଯୁଗାରରେ ମଧ୍ୟ ଭିନ୍ନ ଭିନ୍ନ ସ୍ୱାଦର ଲେଖାର ଏକ ମିଶ୍ରଣ ରହିବ । ଏହା ସମ୍ବଲପୂରୀ ସାହିତ୍ୟର ଯୁଗାର, ଏଥିରେ ବିଭିନ୍ନ ବର୍ଗର ଓ ବିଭିନ୍ନ ସ୍ୱାରର ଲେଖାମାନ ପ୍ରକାଶ ପାଇଥାଏ । ଏଥିରେ ଗାଁରୁ ସହର, ଛୋଟରୁ ବଡ ସବୁ ଧରଣର ଲେଖକ ମାନେ ନିଜ ଲେଖା ଦେଇ ପ୍ରଶଂସିତ ହେଉଛନ୍ତି । ପ୍ରତ୍ୟେକ ମଙ୍ଗଳବାର ସମ୍ବଲପୁର ସଂସ୍କରଣର ଏହି ସପ୍ତାହିକ ପତ୍ରିକାକୁ ସମସ୍ତେ ଅପେକ୍ଷା କରିବସିଥାନ୍ତି । ଏବର୍ଷ ଏହି ବାର୍ଷିକ ଉତ୍ସବ ବଲାଙ୍ଗିରର ପାଠକ ଲେଖକ ମାହୋଲରେ ଉତ୍ସାହର ବାତାବରଣ ଦେଖାଯାଉଛି ।