ଆଠମଲ୍ଲିକ ବସ୍ ଦୁର୍ଘଟଣା ଘଟଣା : ଡ୍ରାଇଭର ବିରେନ୍ଦ୍ର ବେହେରାଙ୍କୁ ଗିରଫ କଲା ଅନୁଗୁଳ ପୁଲିସ୍

37

ଅନୁଗୁଳ : ଅନୁଗୁଳ ଆଠମଲ୍ଲିକ ବସ୍ ଦୁର୍ଘଟଣା ଡ୍ରାଇଭର ଗିରଫ । ଫେରାର ଡ୍ରାଇଭର ବିରେନ୍ଦ୍ର ବେହେରାଙ୍କୁ ଗିରଫ କଲା ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ପୁଲିସ୍ । ଡ୍ରାଇଭରଙ୍କ ଗିରଫ ନେଇ ସୂଚନା ଦେଇଛନ୍ତି ଆଠମଲ୍ଲିକ ଏସଡିପିଓ ।

vlcsnap-2016-09-11-22h10m33s185ଧିରେନ୍ଦ୍ର ଆଜି ଆଠମଲ୍ଲିକ ଅଂଚଳରେ ବୁଲୁଥିବା ବେଳେ ତାଙ୍କୁ ପୁଲିସ୍ ଗିରଫ କରିଛି । ଶୁକ୍ରବାର ସକାଳ ପ୍ରାୟ ସାଢ଼େ ୯ଟା ବେଳେ ବୌଦ୍ଧରୁ ଆଠମଲ୍ଲିକ ଆସୁଥିବା ଏକ ବସ ମାଣତ୍ରି ପୋଲ ତଳକୁ ଘସିପଡ଼ିଥିଲା । ଏହି ଦୁର୍ଘଟଣାରେ ୧୯ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ୨୩ ଜଣଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା ।

ଦୁର୍ଘଟଣା ପରେ ଡ୍ରାଇଭର ଫେରାର ହୋଇଯାଇଥିଲେ । ଡ୍ରାଇଭର ବିରେନ୍ଦ୍ର ବେହେରାଙ୍କ ବେପରୁଆ ଗାଡ଼ି ଚାଳନା ଯୋଗୁଁ ଏହି ଦୁର୍ଘଟଣା ହୋଇଥିବା ପ୍ରାଥମିକ ତଦନ୍ତ ରିପୋର୍ଟରେ ପ୍ରକାଶ କରିଥିଲେ ଅନୁଗୁଳ ଆର୍ଟିଓ । ପ୍ରତକ୍ଷଦର୍ଶୀଙ୍କ କହିବା ଅନୁସାରେ ଡ୍ରାଇଭର ଜଣକ ଗାଡ଼ି ଚଲାଇବା ଥିବା ବେଳେ ମୋବାଇଲରେ କଥା ହେଉଥିଲେ ।