ଆଜି ପୁଣି ଓଡିଶା ଆସୁଛନ୍ତି ଅମିତ ଶାହା । ଦିନ ୨ଟା ୩୫ରେ ଶ୍ରୀକ୍ଷେତ୍ରରେ ପହଞ୍ଚି ଶ୍ରୀଜିଉଙ୍କୁ ଦର୍ଶନ କରିବେ ଶାହା

ପୁରୀରେ ବିଜେପି ଜନଜାତି ମୋର୍ଚ୍ଚା ରାଷ୍ଟ୍ରୀୟ ଅଧିବେଶନରେ ହେବେ ସାମିଲ

117

କନକ ବ୍ୟୁରୋ: ଆଜି ପୁଣି ଓଡିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ପୁରୀରେ ବିଜେପି ଜନଜାତି ମୋର୍ଚ୍ଚା ରାଷ୍ଟ୍ରୀୟ  ଅଧିବେଶନରେ ସାମିଲ ହେବେ ଶାହା । ଦିନ ୨ଟା ୩୫ରେ ଶାହା ଶ୍ରୀକ୍ଷେତ୍ରରେ ପହଚିଂ ଶ୍ରୀଜିଉଙ୍କୁ ଦର୍ଶନ କରିବେ । ଏନେଇ ପୁରୀରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଏହା ପରେ ତାଳବଣିଆ ପଡିଆରେ ଜନଜାତିଙ୍କ ପାଇଁ ଆୟୋଜିତ ସାଧାରଣ ସଭାରେ  ଶାହାରେ ଯୋଗ ଦେବେ ।

ସମାବେଶରେ ଲକ୍ଷାଧିକ ଲୋକଙ୍କୁ ସମ୍ବୋଧନ କରିବେ ଶାହା । ଦୁଇ ଦିନିଆ ରାଷ୍ଟ୍ରୀୟ ଅଧିବେଶନରେ ଗତକାଲି  ଆସାମର ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଜନଜାତିଙ୍କ ପ୍ରତି କେନ୍ଦ୍ର ସରକାରଙ୍କ ଆନ୍ତରିକତା ସଂପର୍କରେ କହିଥିଲେ । ମୋଦିଙ୍କୁ ପୁଣିଥରେ ପ୍ରଧାନମନ୍ତ୍ରୀ କରିବାକୁ ଏକତ୍ରିତ ହୋଇ ଶପଥ ନେବାକୁ  ସମାବେଶରେ ମୁଖ୍ୟମନ୍ତ୍ରୀ ସୋନୱାଲ ଆହ୍ୱାନ ଦେଇଥିଲେ ।

ସେପଟେ, ଆଜି କେନ୍ଦୁଝର  ଓ ମୟୁରଭଞ୍ଜ ଗସ୍ତରେ  ଯାଉଛନ୍ତି ବିଜେଡି ସୁପ୍ରିମୋ । ମୟୁରଭଞ୍ଜ ରାଇରଙ୍ଗପୁର ଓ କରଞ୍ଜିଆ ପାଇଁ ମୁଖ୍ୟମନ୍ତ୍ରୀ ହଜାରେ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ଓ ଉଦଘାଟନ କରିବେ ।  ଏଥିରେ ୪୫ କୋଟି ଟଙ୍କାର ନିର୍ମିତ ୨୧ଟି ଜନହିତକାରୀ  ପ୍ରକଳ୍ପର ଉଦଘାଟନ ଓ ୯୬୦.୩୪ କୋଟିର ଟଙ୍କାର ୧୫ଟି ଜନହିତକାରୀ ପ୍ରକଳ୍ପର  ଭିତିପ୍ରସ୍ତର ସ୍ଥାପନ କରିବେ ।

ଏହା ସହ ରାଇରଙ୍ଗପୁରରେ ଆୟୋଜିତ ମିଶନ ଶକ୍ତି ସମାରୋହରେ ଯୋଗଦେବେ ।  ଏହି ସମାବେଶରେ  ମହିଳା ସ୍ୱଂୟସହାୟକ ଗୋଷ୍ଠୀଙ୍କୁ ସହାୟତା ଦିଆଯିବ । ଏହା ସହ ସମାବେଶକୁ ଉଦବୋଧନ ବି ଦେବେ ମୁଖ୍ୟମନ୍ତ୍ରୀ ।  ଏହାଛଡା କେନ୍ଦୁଝରର ପଣ୍ଡାପଡାରେ ଚାଷୀ ମହାସମାବେଶରେ ବି ମୁଖ୍ୟମନ୍ତ୍ରୀ ସାମିଲ ହେବେ ।