ଜିଓ ଗ୍ରାହକଙ୍କୁ ଝଟକା: ଏହିସବୁ ରାଜ୍ୟଗୁଡିକରେ କାମ କରିବନି ଜିଓ, ସବୁଦିନ ପାଇଁ ବନ୍ଦ ହୋଇପାରେ ସର୍ଭିସ

5,466

ସାରା ଦେଶରେ ପାଖାପାଖି ଆଢେଇ ମିଲିୟନ ୟୁଜର୍ସଙ୍କ ହୃଦୟରେ ରାଜ୍ କରିଥିବା ଟେଲିକମ କଂପାନୀ ରିଲାଏନ୍ସକୁ ବଜାରରେ ପ୍ରବେଶ କରିବାର ଆଜକୁ ୨ ବର୍ଷରୁ ଅଧିକ ସମୟ ବିତିଗଲାଣି । ରିଲାଏନ୍ସ ଜିଓ କମ ମୂଲ୍ୟରେ ଭଲ ଏବଂ ଉନ୍ନତମାନର ସେବା ଉଲପବ୍ଧି କରାଇ ଗ୍ରାହକଙ୍କୁ ନିଜ ପ୍ରତି ଆକୃଷ୍ଟ କରିସାରିଛି । ଆଜିର ଦିନରେ ଲୋକେ ଆଖି ବନ୍ଦ କରି ଜିଓ ଉପରେ ଭରସା କରିବାକୁ ଲାଗିଛନ୍ତି । ଦେଶରେ ଡିଜିଟାଲ କ୍ରାନ୍ତୀ ଆଣିଥିବା ଟେଲିକମ କଂପାନୀ ଜିଓ ଯଦିଓ ସାରା ଦେଶରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିବାରେ ସଫଳ ହୋଇପାରିଛି ତେବେ ଜିଓ ଆସିବା ପରଠୁ ବାକି କଂପାନୀମାନଙ୍କର ନିଦ କିନ୍ତୁ ହଜି ଯାଇଛି । କାରଣ ଜିଓର ଶସ୍ତା ପ୍ଲାନ ଏବଂ ମାଗଣା ସେବା କାରଣରୁ ଅନ୍ୟ ଟେଲିକମ କଂପାନୀଙ୍କୁ ବ୍ୟାପକ କ୍ଷତି ସହିବାକୁ ପଡିଛି ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ, ଦେଶର ଦିଲ୍ଲୀର ମହାରାଷ୍ଟ୍ର ଏବଂ ପଶ୍ଚିମବଙ୍ଗ ତଥା ଏହି ତିନୋଟି ରାଜ୍ୟରେ ଜିଓର ସେବାକୁ ବର୍ତ୍ତମାନ ବନ୍ଦ କରିଦିଆଯାଇପାରେ । ଆଉ ଏହା ପଛର ପ୍ରମୁଖ କାରଣ ହେଲା ରିଲାଏନ୍ସ କମ୍ୟୁନିକେସନର ମାଲିକ ଅନୀଲ ଅମ୍ବାନୀ ଏବଂ ରିଲାଏନ୍ସ ଜିଓର ମାଲିକ ମୁକେଶ ଅମ୍ବାନୀଙ୍କ ମଧ୍ୟରେ ଏକ ବଡ ଡିଲ ହୋଇପାରେ । ତେବେ ଏହି ଡିଲ ଅନୁସାରେ ରିଲାଏନ୍ସ କମ୍ୟୁନିକେସନ ଏହି ତିନୋଟି ରାଜ୍ୟରେ ନିଜର ନେଟୱର୍କ ସର୍ଭିସ ଜିଓକୁ ଦେଇପାରେ । ଯାହାଦ୍ୱାରା ଜିଓକୁ ତାର ସମସ୍ତ ଟାଓାର ଜରିଆରେ ନିଜର ଗ୍ରାହକଙ୍କୁ  ପୂରା ଫୁଲ ସ୍ପିଡରେ ନେଟୱର୍କ ଦେବାରେ ବହୁତ ଅଧିକ ସହାୟତା ମିଳିବ ।

ତେବେ ଚର୍ଚ୍ଚା ହେଉଛି କି , ଯଦି ରିଲାଏନ୍ସ କୌଣସି କାରଣରୁ ନିଜର ନେଟୱର୍କ ସର୍ଭିସକୁ ଜିଓ ସହ ସେୟାର ନକରେ  ତେବେ ଏହି ସମସ୍ତ ରାଜ୍ୟଗୁଡିକରେ ଜିଓ ନିକଟରେ ନିଜର କୌଣସି ନେଟୱର୍କ ସପୋର୍ଟ ସେବା ରହିବନି ଫଳରେ ଜିଓକୁ ନିଜର ସେବାକୁ ନଚାହୁଁଥିଲେ ବି ବନ୍ଦ କରିବାକୁ ପଡିପାରେ ।