ରାଲିରେ ଫସିଲେ ରୋଗୀ : ବିଜେଡିର ମହାନଦୀ ଆନ୍ଦୋଳନ ପାଇଁ ଅଟକିଗଲା ଦୁଇ ଦୁଇଟି ଆମ୍ବୁଲାନସ

32

vlcsnap-2016-09-09-20h32m07s456କନକ ବ୍ୟୁରୋ : ରାଜନୀତିର ନିଶାରେ ଏମିତି ଚୁର୍ ଯେ ସାଧାରଣ ମାନବିକତା ହଜାଇ ଦେଲେ ବିଜେଡି ନେତା ଓ କର୍ମୀ । ମହାନଦୀ ବଂଚାଅ ଅଭିଯାନ ପାଇଁ ଆନ୍ଦୋଳନ କରୁଥିବା ବେଳେ ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ବିଜେଡିର ବିଶାଳ ରାଲି ଭିତରେ ଫସି ରହିଥିଲା ଆମ୍ବୁଲାନ୍ସ । ଆରପଟେ କିନ୍ତୁ ଗାଡିର ବନେଟ ଉପରେ ଠିଆ ହୋଇ ଅଭିବାଦନ ଗ୍ରହଣ କରୁଥିଲେ ବିଧାୟକ ।

ଏ ଘଟଣା ହେଉଛି ଯାଜପୁର ଜିଲ୍ଲା ବଡଚଣା ଅଂଚଳର । ସ୍ଥାନୀୟ ବିଧାୟକ ଅମର ଶତପଥୀଙ୍କ ନେତୃତ୍ୱରେ ହଜାର ହଜାର ବିଜେଡି କର୍ମୀ ଚଣ୍ଡିଖୋଲରୁ ଏକ ବାଇକ ରାଲିରେ ଶୋଭାଯାତ୍ରାରେ ଯାଉଥିବା ବେଳେ ଭିଡ ଭିତରେ ଫସି ରହିଥିଲା ଦୁଇଟି ଆମ୍ବୁଲାନ୍ସ । ଗୋଟିଏ ଖାଲି ଥିବା ବେଳେ ଅନ୍ୟଟିରେ ଥିଲେ ଜଣେ ଗୁରୁତର ରୋଗୀ । ଅସୁସ୍ଥ ବୃଦ୍ଧାଙ୍କ ଚିତ୍ର ଦେଖିଲେ ଅନୁମାନ କରିହେବ କେତେ ଗୁରୁତର ତାଙ୍କ ସ୍ୱାସ୍ଥ୍ୟାବସ୍ଥା ।

vlcsnap-2016-09-09-20h33m13s992କିନ୍ତୁ ବିଜେଡି କର୍ମୀଙ୍କ ରାଲିଯୋଗୁଁ ରାସ୍ତାରେ ଗାଡିଯିବା ସମ୍ଭବ ନଥିଲା । ଏହି ରାଲିରେ ପୁଣି ସାମିଲ ହୋଇଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ । ହେଲେ କାହାରି ଦୃଷ୍ଟିରେ ପଡିନଥିଲା ଗୁରୁତର ରୋଗୀଙ୍କୁ ଆଣୁଥିବା ଆମ୍ବୁଲାନ୍ସ । ବେଶ୍ କିଛି ସମୟ ପରେ ପୋଲିସର ଚେତା ପସିଲା ଏବଂ ଆମ୍ବୁଲାନ୍ସ ପାଇଁ ବାଟ କଡେଇଥିଲା । ରାଜନୀତିର ରାଲି ଭିତରେ ଫସିଗଲା ରୋଗୀ ନେଉଥିବା ଆମ୍ବୁଲାନ୍ସ ।

ଏହା ସହ ଦେଖନ୍ତୁ ଏହି ଭିଡିଓ –