ଭାରତ ପ୍ରତିରକ୍ଷା କ୍ଷେତ୍ରରେ ଆଉ ଏକ ମାଇଲ ଖୁଂଟ୍ : ଉତକ୍ଷେପଣ ହୋଇଛି କ୍ଷେପଣାସ୍ତ୍ର ଅଗ୍ନି-୫

14

ଚାନ୍ଦବାଲି : ଭଦ୍ରକ ଜିଲ୍ଲା ଧାମରା ନିକଟସ୍ଥ ଅବଦୁଲ କାଲାମ ଦ୍ୱୀପର ୪ ନମ୍ବର ଲଞ୍ଚ୍‌ ପ୍ୟାଡ୍‌ରୁ ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ପରମାଣୁ କ୍ଷମତା ସଂପନ୍ନ ଇଣ୍ଟରକଣ୍ଟିିନେଟାଲ ବାଲାଷ୍ଟିକ ମିସାଇଲ ‘ଅଗ୍ନି-୫’ ସଫଳ ପରୀକ୍ଷଣ କରାଯାଇଛି ।  ପୂର୍ବାହ୍ନ ୧୧ ଘଣ୍ଟା ୫ ମିନିଟ୍‌ ସମୟରେ ଏହି କ୍ଷେପଣାସ୍ତ୍ରର ପରୀକ୍ଷା କରାଯାଇଛି ।ପୂର୍ବରୁ ଅଗ୍ନି-୫ କ୍ଷେପଣାସ୍ତ୍ରର ୨୦୧୨, ୨୦୧୩ ଓ ୨୦୧୫ ମସିହାରେ ସଫଳ ପରୀକ୍ଷଣ ହୋଇଥିଲା ।