କର୍ଣ୍ଣାଟକ: ବ୍ୟାଟେରୀରେ ସର୍ଟ ସର୍କିଟ ଯୋଗୁଁ ୯ଶହରୁ ଅଧିକ ସିଲିଣ୍ଡର ଏକାଥରକେ ବିସ୍ଫୋରଣ

21

କନକ ବ୍ୟୁରୋ: କର୍ଣ୍ଣାଟକରେ ଭୟାବୟ ଅଗ୍ନିକାଣ୍ଡ । ୯ଶହରୁ ଅଧିକ ସିଲିଣ୍ଡର ଏକାଥରକେ ବିସ୍ଫୋରଣ ହୋଇଛି । କର୍ଣ୍ଣାଟକର ଚିକବଲ୍ଲାପୁରା ଜିଲ୍ଲାର ଚିନ୍ତାମଣି ଗାଁରେ ଏହି ସିଲିଣ୍ଡର ବିସ୍ଫୋରଣ ହୋଇଛି । ଟ୍ରକ ଗୁଡିକରେ ଥିବା ସିଲିଣ୍ଡରରେ ନିଆଁ ଲାଗି ଏହି ବିସ୍ଫୋରଣ ହୋଇଛି । ଫଳରେ ପାଖରେ ଥିବା ବୋଲେରୋରେ ମଧ୍ୟ ନିଆଁ ଲାଗିଯାଇଥିଲା । ୯ଶହଟି ସିଲିଣ୍ଡରରେ ଅଗ୍ନିକାଣ୍ଡ ଯୋଗୁଁ ରାତି ସାରା ସିଲିଣ୍ଡର ବିସ୍ଫୋରଣ ହୋଇଛି । ବ୍ୟାଟେରୀରେ ସର୍ଟ ସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ କରିଛି । ପୁଲିସ ମଧ୍ୟ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।