ପୁଣି ଦାମଙ୍କ ଟାର୍ଗେଟରେ ପାରମ୍ପରିକ ପ୍ରତିଦ୍ୱନ୍ଦୀ ବିଷ୍ଣୁ ଦାସ : କଲ୍ଲୋଳ ମହୋତ୍ସବରେ ରାଜନୈତିକ ଭାଷଣକୁ ନେଇ କଲେ ସମାଲୋଚନା

51

କନକ ବ୍ୟୁରୋ : ପୁଣି ଦାମଙ୍କ ଟାର୍ଗେଟରେ ପାରମ୍ପରିକ ପ୍ରତିଦ୍ୱନ୍ଦୀ ବିଷ୍ଣୁ ଦାସ ।ଲ୍ଲୋଳ ମହୋତ୍ସବରେ ରାଜନୈତିକ ଭାଷଣକୁ ନେଇ ବିଷ୍ଣୁ ଦାସଙ୍କୁ ସମାଲୋଚନା କରିଛନ୍ତି ଦାମୋଦର ରାଉତ । ସାଂସ୍କୃତିକ ସଭାରେ ଦଳୀୟ ରାଜନୀତି କଥା କହିବା ଠିକ ନୁହେଁ । ନିଜ ସଂସ୍କୃତି ବିଷୟରେ ଯିଏ ସଚେତନ ନୁହଁ ସେ ସେତିକି ମାନସିକ ସ୍ତରରେ ଉନ୍ନତି ନୁହଁ ବୋଲି ଦାମ କହିଛନ୍ତି । ଆଗାମୀ ନିର୍ବାଚନରେ କେତେ ସିଟ ଜିତିବୁ କୁହାଯାଏନି, ଲୋକଙ୍କ ପାଇ କାମ କରାଯାଏ ବୋଲି ଦାମ କହିଛନ୍ତି ।

ଜଗତସିଂହପୁର ଜିଲ୍ଲା ମହୋତ୍ସବ ଲ୍ଲୋଳକୁ ନେଇ ରାଜନୀତି ଜୋର ଧରିଛି । ଗତକାଲି କଲ୍ଲୋଳ ମଂଚରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ବିଷ୍ଣୁ ଦାସ ରାଜନୈତିକ ଭାଷଣ ଦେଇଥିଲେ । ଭାଷଣରେ ଆସନ୍ତା ୨୦୧୯ ବିଧାନସଭା ନିର୍ବାଚନରେ ବିଜେଡି ୪ଟି ବିଧାନସଭା ଓ ଗୋଟିଏ ଲୋକସଭା ଆସନ ଅକ୍ତିଆର କରିବ ବୋଲି କହିଥିଲେ । ଯାହାକୁ ନେଇ ବୁଦ୍ଧିଜୀବୀ ମହଲରେ ଆଲୋଡନ ସୃଷ୍ଟି କରିଛି । ଯୁବ କଂଗ୍ରେସ ପକ୍ଷରୁ ଏହାକୁ ନେଇ ପ୍ରତିବାଦ କରାଯିବା ସହ ବିଷ୍ଣୁଙ୍କ ବହିଷ୍କାର ଦାବିରେ କୁଶପୁତଳିକା ଦାହ କରିଥିଲେ ।