ସମ୍ବଲପୁର ଗୋଲବଜାର ଅଗ୍ନିକାଣ୍ଡର ୨ ଦିନ : କାହାର ସ୍ୱପ୍ନ ଉଜୁଡିଛି ତ କିଏ ପୁଣି ସଜାଡୁଛି ଦୋକାନ

26

କନକ ବ୍ୟୁରୋ : ସମ୍ବଲପୁର ଗୋଲବଜାରରେ ଅଗ୍ନିକାଣ୍ଡରେ ଜଳିଗଲା ୨୧୪ରୁ ଅଧିକ ଦୋକାନ । ସେଥିରୁ ୧୮୭ଟି ପରିବା ମଣ୍ଡି ଓ ୨୭ଟି ଦୋକାନ ଘର ପୋଡି ପାଉଁଶ ହୋଇଯାଇଛି । ଏବେ  ଉଜୁଡା ଦୋକାନକୁ ସଜାଇବାରେ ବ୍ୟସ୍ତ ଦୋକାନୀମାନେ ।

କିଛି ଦୋକାନୀ ତାଙ୍କ କାରବାର ଆରମ୍ଭ କରିଥିବା ବେଳେ ଅନ୍ୟ କେତୋଟି ଦୋକାନୀ ଦୋକାନ ଖୋଲିବାକୁ ସାହାସ କରୁନାହାନ୍ତି । ଅଗ୍ନିକାଣ୍ଡରେ କ୍ୱିଂଟାଲ କ୍ୱିଂଟାଲ ଆଳୁ,ପିଆଜ ଓ ପନିପରିବା ନଷ୍ଟ ହୋଇଥିବା ବେଳେ ସେସବୁକୁ ମହାନଗର ନିଗମ ଡମ୍ପିଂୟାର୍ଡରେ ପକାଉଥିବା ଦେଖିବାକୁ ମିଳିଛି ।