ଅଢେଇ ଟଙ୍କା କମିଲା ପେଟ୍ରୋଲ ଓ ଡିଜେଲ ଦର : କେନ୍ଦ୍ର ଛାଡିଲା ଦେଢ ଟଙ୍କା, କମ୍ପାନୀ ଛାଡିବେ ୧ ଟଙ୍କା, ଓଡିଶା କହିଲା, କେନ୍ଦ୍ର ଅନୁରୋଧର ହେବ ତର୍ଜମା

42

କନକ ବ୍ୟୁରୋ : କେନ୍ଦ୍ର ସରକାର ଓ ୧୩ଟି ରାଜ୍ୟର ବିଜେପି ସରକାର ପେଟ୍ରୋଲ ଓ ଡିଜେଲ ଦର କମାଇବା ପରେ ଏବେ ସମସ୍ତଙ୍କ ନଜର ରହିଛି ଅଣ-ବିଜେପି ରାଜ୍ୟ ସରକାରଙ୍କ ଉପରେ । ଗତକାଲି ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୨ଟଙ୍କା ୫୦ ପଇସା କମାଇଥିଲେ କେନ୍ଦ୍ର ସରକାର । ଉତ୍ପାଦ ଶୁଳ୍କ ଉପରୁ ୧ ଟଙ୍କା ୫୦ ପଇସା ହ୍ରାସ କରିବା ପାଇଁ କେନ୍ଦ୍ର ସରକାର ନିଷ୍ପତି ନେଇଥିଲେ । ଏହା ସହ ତେଲ କମ୍ପାନୀ ମାନେ ଲିଟର ପିଛା ୧ ଟଙ୍କା ଛାଡ କରିବେ ବୋଲି ଘୋଷଣା ହୋଇଥିଲା । ରାଜ୍ୟମାନଙ୍କୁ ମଧ୍ୟ ଭାଟ୍ ଛାଡ କରିବାକୁ ଅନୁରୋଧ କରିଥିଲେ କେନ୍ଦ୍ରମନ୍ତ୍ରୀ ।

ଏହା ପରେ ୧୩ଟି ବିଜେପି ଶାସିତ ରାଜ୍ୟ ତେଲ ଉପରୁ ଅଢେଇ ଟଙ୍କା ଭାଟ କମାଇଛନ୍ତି । ଫଳରେ ବିଜେପି ଶାସିତ ରାଜ୍ୟଗୁଡିକରେ ପେଟ୍ରୋଲ ଓ ଡିଜେଲ ଦର ଆହୁରି ଶସ୍ତା ହୋଇଛି । ଆଜି ଅଣ-ବିଜେପି ଶାସିତ ରାଜ୍ୟ ଓ ଓଡିଶା ସରକାରଙ୍କ ଉପରେ ସମସ୍ତଙ୍କ ନଜର ରହିଛି । ଏହି ରାଜ୍ୟଗୁଡିକ ତେଲ ଦର ଉପରେ କି ନିଷ୍ପତି ନେଉଛନ୍ତି ସେ ଉପରେ ସମସ୍ତଙ୍କ ନଜର ରହିଛି । ପ୍ରଶ୍ନ ଉଠୁଛି, ରାଜ୍ୟ ସରକାର ଆଜି କମାଇବେ କି ଭାଟ୍ । ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା କହିଛନ୍ତି, କେନ୍ଦ୍ର ଅନୁରୋଧର ହେବ ତର୍ଜମା ।