ଲଜ୍ଜାର ଆଉ ଏକ ଚିତ୍ର ! ବେଙ୍ଗାଲୁରୁ ପରେ ଦିଲ୍ଲୀରେ ଖୋଲାଖୋଲି ମହିଳାଙ୍କୁ ଅସଦାଚରଣ

35

ବେଙ୍ଗାଲୁରୁରେ ଶତାଧିକ ମହିଳା ଓ ଯୁବତୀ ମାନଙ୍କ ସହ ହୋଇଥିବା ଗଣଅସଦାଚରଣ ମନରୁ ନଲିଭୁଣୁ ଏବେ ଦିଲ୍ଲୀରୁ ଆଉ ଏକ ଘଟଣା ସାମ୍ନାକୁ ଆସିଛି । ନୂଆବର୍ଷ ପୂର୍ବଦିନ ନିଶାଶକ୍ତ ଅବସ୍ଥାରେ କିଛି ଯୁବକ ରାସ୍ତାରେ ଯାଉଥିବା ଜଣେ ଯୁବତୀଙ୍କୁ ଟଣାଓଟରା କରୁଥିବାର ଭିଡିଓ ସିସଟିଭିରେ କଏଦ ହୋଇଛି ।

ତେବେ ଯୁବକମାନଙ୍କ ଏହି ଉନ୍ମତକାଣ୍ଡକୁ ରୋକିବାକୁ ଚେଷ୍ଟା କରିଥିବା ପୁଲିସଙ୍କୁ ମଧ୍ୟ ମାଡ ମାରିବା ସହ ସେମାନଙ୍କ ଉପରକୁ ପଥର ଫିଙ୍ଗିଥିଲେ । ଘଟଣାଟି ଘଟିଛି ଦିଲ୍ଲୀର ମୁଖାର୍ଜୀ ନଗରରେ । ତେବେ ସିସିଟିଭି ଫୁଟେଜ୍ ଆଧାରରେ ପୁଲିସ୍ ଅଭିଯୁକ୍ତ ମାନଙ୍କୁ ଖୋଜିବା ସହ ଅଧିକ ଛାନଭିନ୍ ଜାରି ରଖିଛି ।