କନକ ବ୍ୟୁରୋ : ଓଡ଼ିଶାର ସଂସ୍କୃତି ଏବଂ ଶ୍ରୀଜଗନ୍ନାଥଙ୍କ ସଂପର୍କରେ ଅରୁଚିକର ମନ୍ତବ୍ୟ ଦେଇଥିବା ଅଭିଜିତ୍ ଆୟାର ମିତ୍ର ଆଜି ପୁଣି ଥରେ ବିଧାନସଭା ଗୃହ କମିଟିରେ ହାଜର ହୋଇଛନ୍ତି । ଗୃହ କମିଟିରେ ସତ୍ୟପାଠ ଦାଖଲ କରିଛନ୍ତି ଆୟାର । ଗତକାଲି ହାଜର ହୋଇଥିଲେ ମଧ୍ୟ ସେ ସତ୍ୟପାଠ ଦାଖଲ କରିପାରିନଥିଲେ । ଏବଂ ସମୟ ମାଗିଥିଲେ । ଆଜି ତାଙ୍କୁ ଶେଷ ଡେଡଲାଇନ ଦିଆଯାଇଥିଲା । ଗତକାଲି ହାଜର ହୋଇଥିଲେ ମଧ୍ୟ ସେ ସତ୍ୟପାଠ ଦାଖଲ କରିପାରିନଥିଲେ ଏବଂ ସମୟ ମାଗିଥିଲେ । ଶେଷରେ ଗୃହ କମିଟି ଅଧ୍ୟକ୍ଷ ନରସିଂହ ମିଶ୍ର ତାଙ୍କୁ ଆଜି ପୂର୍ବାହ୍ନ ୧୧ଟାରେ ସତ୍ୟପାଠ ସହ ହାଜର ହେବାକୁ ନିର୍ଦେଶ ଦେଇଥିଲେ ।
Kanak News is now on WhatsApp
Join and get latest news updates delivered to you via WhatsApp
ଏହା ତାଙ୍କ ପାଇଁ ଶେଷ ସୁଯୋଗ ବୋଲି ସେ ଚେତାବନୀ ବି ଦେଇଥିଲେ। ଗୃହ କମିଟି ବୈଠକ ପରେ ସାମ୍ବାଦିକମାନଙ୍କୁ ବିରୋଧୀ ଦଳ ନେତା ତଥା ଗୃହ କମିଟି ଅଧ୍ୟକ୍ଷ ନରସିଂହ ମିଶ୍ର କହିଲେ ଯେ ଅଭିଜିତ୍ ତାଙ୍କ ଓକିଲ ସତ୍ୟପାଠ ନେଇ ଶୀଘ୍ର ଆସିବେ ବୋଲି କହିଥିଲେ। ଏଥିପାଇଁ ଗୃହ କମିଟି ଦୀର୍ଘ ସମୟ ଧରି ଅପେକ୍ଷା କରିଥିଲେ । କିନ୍ତୁ ସତ୍ୟପାଠ ମିଳିଲାନାହିଁ । ଯଦି ଆସନ୍ତାକାଲି ସେ ସତ୍ୟପାଠ ଦାଖଲ ନ କରନ୍ତି ପ୍ରଶ୍ନର ଉତ୍ତରରେ ଏହା ତାଙ୍କ ପାଇଁ ଶେଷ ସୁଯୋଗ ବୋଲି ସେ କହିଥିଲେ ।
ଗତ ୨୩ ତାରିଖରେ ହାଜର ହେବା ସମୟରେ ବିଧାନସଭା କମିଟି ଅଭିଜିତଙ୍କୁ ସତ୍ୟପାଠ ଦାଖଲ କରିବାକୁ କହିଥିଲେ । ଏହି ଦିନ ବିଧାନସଭା କମିଟିରେ ହାଜର ପରେ ଅଭିଜିତ ଆୟର ଗିରଫ ହୋଇଥିଲେ । ଅଭିଜିତ ଆୟାର, ଓଡ଼ିଶା ଆସିଥିବା ସମୟରେ କୋଣାର୍କ ମନ୍ଦିରର କଳାକୃତି ନେଇ ଅଶାଳୀନ ମନ୍ତବ୍ୟ ରଖିଥିଲେ । ଏମିତି କି ଓଡ଼ିଶା ଏବଂ ଶ୍ରୀଜଗନ୍ନାଥଙ୍କ ସଂପର୍କରେ ଅରୁଚିକର ମନ୍ତବ୍ୟ ଦେଇଥିଲେ । ଏହାକୁ ନେଇ ଓଡ଼ିଶାରେ ପ୍ରବଳ ପ୍ରତିକ୍ରିୟା ପ୍ରକାଶ ପାଇଥଲା ।