ଶରୀର ପାଇଁ ଅତ୍ୟନ୍ତ ଉପକାରୀ ଗୋଲମରିଚ ! ଓଜନ ହ୍ରାସ ସହ କର୍କଟ ଭଳି ଭୟଙ୍କର ରୋଗରୁ ରଖିଥାଏ ସୁରକ୍ଷିତ

ରକ୍ତ ଅଭାବ ଜନିତ ସମସ୍ୟାରୁ ମୁକ୍ତି ଦେଇଥାଏ ।

197

ରୋଷେଇଘରେ ଥିବା ଗୋଲମରିଚ ଖାଦ୍ୟରେ ନିଜର ନିଆରା ସ୍ୱାଦ ଆଣିଥାଏ । ଏହା ଶରୀର ପାଇଁ ବେଶ ଉପକାରୀ । ସେଥିପାଇଁ କିଛି ଗୋଲମରିଚ ସହ ଏକ ଗ୍ଲାସ ଉଷୁମ ପାଣି ଆପଣଙ୍କର ଉପକାର କରିବ । ଆସନ୍ତୁ ଜାଣିବା କ’ଣ କ’ଣ ମିଳେ ଲାଭ . . . .

– ଏଥିରେ ଥିବା ପ୍ରୋଟିନ ଶରୀରର ମାଂସପେଶୀକୁ ମଜଭୁତ କରିଥାଏ । ଏହା ଶରୀରରେ ନମନୀୟତା ବୃଦ୍ଧି କରିଥାଏ । ଫଳରେ ତ୍ୱଚାରେ ଚମକ ଆସିଥାଏ ।

– ଏହା ପାଚନକ୍ରିୟାକୁ ତ୍ୱରାନ୍ୱିତ କରିବା ଫଳରେ ଓହନ ହ୍ରାସ ହୋଇଥାଏ । ଏଥିରେ ଥିବା ଗୁଣକାରୀ ତତ୍ତ୍ୱ ଗଣ୍ଠିବ୍ୟଥାରୁ ରକ୍ଷା କରିଥାଏ ।

– ଏହା ଶରୀରର କ୍ଷତିକାରକ ତତ୍ତ୍ୱକୁ ବାହାର କରିଥାଏ । ଫଳରେ କୋଷ୍ଠକାଠିନ୍ୟ ପରି ଅସୁବିଧାରୁ ମୁକ୍ତି ମିଳିଥାଏ । ଏଥିରେ ଆଇରନ୍‌ ରହିଥାଏ । ଏହା ରକ୍ତ ଅଭାବ ଜନିତ ସମସ୍ୟାରୁ ମୁକ୍ତି ଦେଇଥାଏ ।

– ଏଥରେ କାର୍ବୋହାଇଡ଼୍ରେଟ ଥିବା ଯୋଗୁଁ ଏହା ଶକ୍ତିବୃଦ୍ଧି କରିବା ସହ ଦୁର୍ବଳତା ପରି ସମସ୍ୟାରୁ ରକ୍ଷା କରେ ।

– ଏଥିରେ ଥିବା ପୋଟାସିୟମ ବ୍ଲଡ଼ପ୍ରେସର ନିୟନ୍ତ୍ରଣକୁ ଆଣିଥାଏ । ଏହା କର୍କଟ ପରି ଭୟଙ୍କର ରୋଗରୁ ମଧ୍ୟ ରକ୍ଷା କରିଥାଏ ।