୧୨ କିଲୋମିଟର ଚାଲିଲେ ଛାତ୍ରୀ ! ବିଭିନ୍ନ ଦାବି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଚିଂଲେ ଭଟରାସିଉନି ବାଳିକା ବିଦ୍ୟାଳୟର ଛାତ୍ରୀ

34

କନକ ବ୍ୟୁରୋ: ଦାବି ଜଣାଇବା ପାଇଁ ୧୨କିଲୋମିଟର ଚାଲିଲେ ଛାତ୍ରୀ । ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁରରେ । ନବରଙ୍ଗପୁର ଭଟରାସିଉନି ବାଳିକା ବିଦ୍ୟାଳୟର ୫୧ ଜଣ ଛାତ୍ରୀ ବିଭିନ୍ନ ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପଂହଚିଛନ୍ତି । ଭଟରାସିଉନିରୁ ଆଜି ସକାଳ ପ୍ରାୟ ୬ଟାରେ ବାହାରି ଚାଲି ଚାଲି ଆସି ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚିଛନ୍ତି ଦଶମ ଶ୍ରେଣୀର ୫୧ଜଣ ଛାତ୍ରୀ ।

ସୂଚନା ମୁତାବକ, ନବରଙ୍ଗପୁର ବ୍ଲକ୍ ଭଟରାଶିଉଣି ବାଳିକା ଉଚ୍ଚ ବିଦ୍ୟାଳୟରେର ଶିକ୍ଷକଙ୍କ ଘୋର ଅଭାବ। ତେବେ ବିଦ୍ୟାଳୟରେ ବିଜ୍ଞାନ, ଭୂଗୋଳ ଓ ପ୍ରଧାନଶିକ୍ଷକ ପଦ ଖାଲି ପଡିଥିବାରୁ ଏହାକୁ ପୂରଣ କରିବା ପାଇଁ ଛାତ୍ରୀମାନେ ଦାବି କରିଆସିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନଥିଲା ।

ଏହାସହ ବର୍ଷା ଦିନରେ ଶ୍ରେଣୀଗୃହରେ ପାଣି ପଶୁଥିବା ଛାତ୍ରୀମାନେ ଅଭିଯୋଗ କରିଛନ୍ତି । ତେଣୁ ଶିକ୍ଷକ ସମସ୍ୟା ଦୂର କରିବା ପାଇଁ ଆଜି ସକାଳୁ ଏହି ଉଚ୍ଚ ବିଦ୍ୟାଳୟର ୫୧ ଜଣ ତଫସିଲଭୁକ୍ତ ଜାତି ଓ ଜନଜାତିର ଛାତ୍ରୀ ୧୨ କିଲୋମିଟର ଚାଲି ଚାଲି ଆସି ଜିଲ୍ଲାପାଳଙ୍କ ଅଫିସରେ ପହଞ୍ଚିଛନ୍ତି । ଏହି ଛାତ୍ରୀମାନେ ଜିଲ୍ଲାପାଳଙ୍କୁ ଭେଟି ତୁରନ୍ତ ଶିକ୍ଷକ ଯୋଗାଇ ଦେବାର ବ୍ୟବସ୍ଥା କରିବାକୁ ଅନୁରୋଧ କରିବେ ବୋଲି କହିଛନ୍ତି ।