କୁନି ମୁଣ୍ଡରେ ବଡ ବୋଝ ! ମାତ୍ର ୫ ବର୍ଷ ବସୟରେ ନେଉଛି ସାରା ପରିବାରର ଦାୟିତ୍ୱ

35

ଚୀନରେ ରହୁଥିବା ୫ ବର୍ଷର କୁନି ଝିଅ ଏନା ବାଙ୍ଗଙ୍କ ଜୀବନ ଅନ୍ୟ ପିଲାଙ୍କ ଜୀବନ ଠାରୁ ବେଶ ଭିନ୍ନ । ଯେଉଁ ବୟସରେ ହସି ଖେଲି ଜୀବନ ବିତାଇବା କଥା ସେ ସମୟରେ ତା’ ମୁଣ୍ଡରେ ପରିବାରର ବୋଝ । ପ୍ରତିଦିନ ଏନାର ଜୀବନ ଆଇ ଓ ଆଇଙ୍କ ମା’ ଙ୍କ ଯତ୍ନ ନେବାରୁ ହୁଏ ଆରମ୍ଭ । ସେମାନଙ୍କ ଯତ୍ନ ଏହି କୁନି ଝିଅ ଏନାକୁ ହିଁ ଏକୁଟିଆ ରଖିବାକୁ ପଡେ ।

ooଯେତେବେଳେ ଏନା ତିନି ବର୍ଷର ହୋଇଥିଲା ତା’ର ବାପାଙ୍କୁ ଜେଲ ହୋଇ ଯାଇଥିଲା । ବାପା ଜେଲ ଯିବା ପରେ ଏନାର ମା’ ଦ୍ୱିତୀୟ ବିବାହ କରିଥିଲେ ଏବଂ ଏନାକୁ ତା’ର ଆଇଙ୍କ ପାଖରେ ଛାଡିଦେଇଥିଲେ । କିନ୍ତୁ ସେମାନେ ଏନାର ଧ୍ୟାନ ରଖିବେ କ’ଣ ଏନା ହିଁ ସେମାନଙ୍କର ଧ୍ୟାନ ନେଉଛି । କାରଣ ସେମାନେ ଶାରିରୀକ ରୂପ ବେଶ ଅସମର୍ଥ ।

ଏଥିନେଇ ଏନା ଉଭୟଙ୍କ ଯତ୍ନ ନେଉଛି କାରଣ ଏନା ବ୍ୟତିତ ସେମାନେଙ୍କକର ଦୁନିଆରେ କେହି ନାଆନ୍ତି । ଯେଉଁ ବୟସରେ ଏନା ସ୍କୁଲ ଯିବା କଥା ଏବେ ସେ ପରିବାର ପାଇଁ ଖାଇବା ତିଆରି ଠାରୁ ଆରମ୍ଭ କରି ଉଭୟଙ୍କୁ ଗାଧୋଇବାରେ ମଧ୍ୟ ସାହଯ୍ୟ କରୁଛି । କେବଳ ଏତିକି ନୁହଁ ଏନା ଏକୁଟିଆ ହିଁ ପୁରା ଘରକୁ ସଫାସୁୁତୁରା ମଧ୍ୟ କରେ । ଏନା କେବଳ ବୟସରେ ନୁହଁ ଉଚ୍ଚତାରେ ମଧ୍ୟ ବେଶ ଛୋଟ, ତେଣୁ ରୋଷେଇ କରିବାପାଇଁ ତାକୁ ଟେବୁଲରେ ଚଢିବାକୁ ପଡେ ।