ହିନ୍ଦୀ ସିନେମାରେ ବହୁତ କମ ଲୋକ ଅଛନ୍ତି ଯେଉଁମାନେ ଟଙ୍କା ପଇସା ଓ ଲୋକପ୍ରିୟତାକୁ କୁ ଆଡ କରି ଅଭିନୟକୁ ଅଧିକ ଗୁରୁତ୍ୱ ଦିଅନ୍ତି । ସେହି କିଛି ଲୋକଙ୍କ ମଧ୍ୟରେ ଆସୁଛନ୍ତି ବଲିଉଡ ଅଭିନେତା ରାଜକୁମାର ରାଓ । ଏବେ ରାଜକୁମାର ରାଓ ତାଙ୍କର ଆଗାମୀ ସିନେମା ପାଇଁ ଚର୍ଚ୍ଚାରେ ଅଛନ୍ତି । ଯାହର ନାମ ହେଲା “ଟ୍ରେଣ୍ଡ”।
Kanak News is now on WhatsApp
Join and get latest news updates delivered to you via WhatsApp
ଏହି ସିନେମା ପାଇଁ ରାଜକୁମାର ନିଜ ଉପରେ ଅନେକ ପରୀକ୍ଷା ନୀରିକ୍ଷା କରିଥିବା ଜଣାପଡିଛି । ରାଜକୁମାର ରାଓ ଶୁଦ୍ଧ ଶାକାହାରୀ ଅଟନ୍ତି । କିନ୍ତୁ ଏହି ସିନେମା ପାଇଁ ତାଙ୍କୁ ଆମିଷ ଖାଇବା ପାଇଁ ପଡିଲା । ସିନେମାର ନିର୍ଦ୍ଦେଶକ ବିକ୍ରମାଦିତ୍ୟ ମୋଟୱାନୀ ଚାହୁଁଥିଲେ ଏହି ସିନେମାର ସବୁ ଦୃଶ୍ୟ ଅସଲି ଲାଗୁ ।
“ଟ୍ରେଣ୍ଡ” ଏକ ସରଭାଇଭାଲ ଡ୍ରାମା ସିନେମା । ଏଥିନେଇ ଏହି ସିନେମାରେ ନିଜ ଅଭିନୟକୁ ଜୀବନ୍ତ କରିବା ପାଇଁ ରାଜକୁମାର ୨୦ ଦିନ ପର୍ଯ୍ୟନ୍ତ କିଛି ଖାଇ ନଥିଲେ । ଏହି ସମୟରେ ସେ କେବଳ ବ୍ଲାକ କଫି ଓ ଗାଜର ଖାଇ ଦିନ ବିତାଉଥିଲେ ।