୧୬ ବର୍ଷ ବୟସରେ ହୋଲିରେ ଭାଙ୍ଗ ପିଇ ହଙ୍ଗାମା କରିଥିଲେ ବିଦ୍ୟା ବାଲାନ !

61

ହୋଲି ଅବସରରେ ବିଦ୍ୟା ବାଲାନ ତାଙ୍କର ସ୍ମୁତି ସମସ୍ତଙ୍କ ସହ ବାଣ୍ଟିଛନ୍ତି । ବିଦ୍ୟା କହିଛନ୍ତି, ସେ ଯେବେ ୧୬ ବର୍ଷର ଥିଲେ, ଅଜାଣତରେ ଭାଙ୍ଗ ପିଇ ଦେଇଥିଲେ ଓ ଦିନ ସାରା କେବଳ ହସୁଥିଲେ । ସେ କହିଛନ୍ତି ହୋଲି ପର୍ବ ତାଙ୍କୁ ବହୁତ ପସନ୍ଦ । ଏହାସହ ବିଦ୍ୟା କହିଛନ୍ତି ରଙ୍ଗର ଏହି ଉତ୍ସବରେ ସାବଧାନ ରହିବା ଉଚିତ କାରଣ ହୋଲିରେ ବ୍ୟବହୃତ ହେଉଥିବା ରାସାୟନିକ ରଙ୍ଗ କେଶ ଓ ତ୍ୱଚା ଉପରେ ଖରାପ ପ୍ରଭାବ ପକାଇଥାଏ । ହୋଲିରେ ତାଙ୍କର ପସନ୍ଦର ହୋଲି ଗୀତ ହେଲା ‘ରଙ୍ଗବ ବରଷେ ଭିଗେ ଚୁନରବାଲି’ ଏବଂ ହୋଲି ଅବସରରେ ସେ ଇମରତୀ ମିଠା ଖାଇବା ପାଇଁ ବହୁତ ପସନ୍ଦ କରନ୍ତି  ବୋଲି ପ୍ରକାଶ କରିଛନ୍ତି ।