ପାରଳା ମହାରାଜାଙ୍କ ମ୍ୟାନେଜରଙ୍କ ସମେତ ୩ ମୃତଦେହ ଉଦ୍ଧାର, ଜଣେ ଗୁରୁତର

62

ପାରଳା ମହାରାଜା ମହାରାଜା ଗୋପିନାଥ ଗଜପତିଙ୍କ ମ୍ୟାନେଜର ଅନଙ୍ଗ ମଞ୍ଜରୀ ପାତ୍ରଙ୍କ ସହ ୩ଜଣଙ୍କ ମୃତଦେହ ତାଙ୍କ ଘରୁ ଉଦ୍ଧାର କରାଯାଇଛି । ମୃତକ ମାନେ ହେଲେ ଅନଙ୍ଗ ମଞ୍ଜରୀ , ତାଙ୍କ ଭାଇ ସଂଜୟ ପାତ୍ର ଓ ଭଉଣୀ ବିଜୟଲକ୍ଷ୍ମୀ  । ତେବେ ଅନଙ୍ଗ ମଞ୍ଜରୀଙ୍କ ଆଉ ଜଣେ ଭାଇ ଟୁଲୁ ପାତ୍ରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନା ନିଆଯାଇଛି । ସେମାନଙ୍କ ମଧ୍ୟରୁ ସଞ୍ଜୟ ଦୌଡି ଲଗାଇ ଆତ୍ମହତ୍ୟା କରିଥିବା ବେଳେ ଅନଙ୍ଗ ଓ ତାଙ୍କ ଭଉଣୀ ବିଜୟଲକ୍ଷ୍ମୀ ବିଷ ପିଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।

ଅନଙ୍ଗ ମଞ୍ଜରୀ ପାତ୍ରଙ୍କ ଘର ଆଗରେ ରବିବାର ପ୍ରଥମେ ପ୍ରବଳ ଭିଡ ଜମିଥିବା ଦେଖିବାକୁ ମିଳିଥିଲା। ସେ ରହୁଥିବା କୋଠରୀ ଭିତରୁ ଦୁର୍ଗନ୍ଧ ଆସୁଥିବାରୁ  ଭିତରେ କିଛି ଅଘଟଣ ଘଟିଥିବା ଆଶଙ୍କାରେ ସ୍ଥାନୀୟ ଲୋକେ ଭିଡ ଜମାଇଥିଲେ । ପାରଳାଖେମୁଣ୍ଡି ଜଙ୍ଗମ ସାହିରେ ଥିବା ମ୍ୟାନେଜରଙ୍କ ଘର ତିନିଦିନ ହେଲା ବନ୍ଦ ରହିଥିଲା। ଫଳରେ ସ୍ଥାନୀୟ ଲୋକଙ୍କର ସନ୍ଦେହ ପ୍ରକାଶ ପାଇଥିଲା । ଖବର ପାଇ ପୁଲିସ୍‌ ସେଠାରେ ପହଞ୍ଚିଥିଲା ଓ ଜଣେ ମାଜିଷ୍ଟ୍ରେଟଙ୍କ  ଉପସ୍ଥିତିରେ ଘର ଖୋଲା ଯାଇଥିଲା।

ମହାରାଜା ଗୋପୀନାଥ ଗଜପତିଙ୍କ ମ୍ୟାନେଜରଙ୍କ ସମେତ ପାଖରେ ରହୁଥିବା କିଛି ବ୍ୟକ୍ତି ତାଙ୍କ ସଂପତି ଲୋଭରେ ନଜରବନ୍ଦ କରି ରଖିଥିବା ଖବର ଜଣାପଡିଥିଲା । ତାଙ୍କୁ ଏକୁଟିଆ ପ୍ରାସାଦ ଭିତରେ ବନ୍ଦ କରି ରଖାଯିବା ସହ ଚିକିତ୍ସା କରାଯାଉନଥିବା ମଧ୍ୟ ଅଭିଯୋଗ ହୋଇଥିଲା । ଏ ସଂପର୍କରେ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତି କରାଯାଇଥିଲା।