କନକ ବ୍ୟୁରୋ : ରିଓ ଅଲିମ୍ପିକ୍ସରେ ନିରାଶ କଲେ ରେସଲର୍ ଯୋଗେଶ୍ୱର ଦତ । ମଙ୍ଗୋଲିଆର ପ୍ରତିଯୋଗୀଙ୍କ ଠାରୁ ୦-୩ରେ ହାରିଲେ ଯୋଗେଶ୍ୱର । ତେବେ ଯୋଗେଶ୍ୱରଙ୍କ ପରାଜୟ ସହ ଶେଷ ହୋଇଛି ଭାରତର ରିଓ ଅଭିଯାନ । ଅଲିମ୍ପିକ୍ସରେ ଭାରତୀୟଙ୍କ ପଦକ ପାଇଁ ଆଜି ଥିଲା ଶେଷ ସୁଯୋଗ । ୬୫ କିଲୋ ଫ୍ରି ଷ୍ଟାଇଲ ପୁରୁଷ କୁସ୍ତିରେ ଆଜି ରିଙ୍ଗକୁ ଓହ୍ଲାଇଥିଲେ ଯୋଗେଶ୍ୱର ଦତ । ପୂର୍ବରୁ ଅଲିମ୍ପିକ୍ସରେ ମେଡାଲ ଯିତିଥିବାରୁ ତାଙ୍କ ଉପରେ ଆଶା ରଖିଥିଲେ ଦେଶବାସୀ।
Kanak News is now on WhatsApp
Join and get latest news updates delivered to you via WhatsApp
ରିଓ ଅଲିମ୍ପିକ୍ସରେ ବର୍ତମାନ ପର୍ଯ୍ୟନ୍ତ ଭାରତକୁ ମାତ୍ର ଗୋଟିଏ ସିଲଭର୍ ଓ ଗୋଟିଏ ବ୍ରୋଂଜ ପଦକରେ ସନ୍ତୁଷ୍ଟ ହେବାକୁ ପଡିଛି । କୁସ୍ତିରୁ ନରସିଂହ ଯାଦବ ବିଦା ହେବା ପରେ ଏବେ ଯୋଗେଶ୍ୱର ଦତଙ୍କ ଉପରେ ସମସ୍ତଙ୍କ ନଜର ରହିଥିଲା। ଆଜି କୁସ୍ତିରେ ହେବାକୁ ଥିବା ଇଭେଂଟରେ ଯୋଗେଶ୍ୱର ଦତ ନିଶ୍ଚିତ ପଦକ ଜିତିବେ ବୋଲି ଆଶା କରାଯାଇଥିଲା ।