ରାଜ୍ୟରେ ସ୍ୱାଇନ ଫ୍ଲୁ ମୃତ୍ୟୁ ସଂଖ୍ୟା ୨୪ ଛୁଇଁଲା ! କଟକ ଏସସିବିରେ ସ୍ୱାଇନ ଫ୍ଲୁରେ ଆଉ ଜଣେ ମୃତ

52

କନକ ବ୍ୟୁରୋ : ରାଜ୍ୟରେ ସ୍ୱାଇନ୍‌ ଫ୍ଲୁ ସ୍ଥିତି ସାଂଘାତିକ ହେବାରେ ଲାଗିଛି । ଯେତେ ଯାହା କଲେ ବି ବୋଲ ମାନୁନି ସ୍ୱାଇନ୍‌ ଫ୍ଲୁ । ସ୍ୱାଇନ୍‌ ଫ୍ଲୁରେ ଆଜି କଟକ ଏସସିବି ମେଡିକାଲ କଲେଜ ଆଣ୍ଡ ହସ୍‌ପିଟାଲରେ ଆଉ ଜଣେ ରୋଗୀଙ୍କର ମୃତ୍ୟୁ ଘଟିଛି । ମୃତ୍ୟୁବରଣ କରିଥିବା ରୋଗୀ ଜଣକ ହେଉଛନ୍ତି ଯାଜପୁର ବରି ଅଞ୍ଚଳର ।

ବର୍ତ୍ତମାନ ସୁଦ୍ଧା ଚଳିତ ବର୍ଷ  କେବଳ ଏସସିବିରେ ୮ ଜଣ ସ୍ୱାଇନ୍‌ ଫ୍ଲୁ ରୋଗୀଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଏପଟେ ସମଗ୍ର ରାଜ୍ୟରେ ସ୍ୱାଇନ୍‌ ଫ୍ଲୁରେ ମୃତକଙ୍କ ସଂଖ୍ୟା ୨୪ରେ ପହଞ୍ଚିିଛି। ଧୀରେ ଧୀରେ ରାଜ୍ୟରେ ବଢିଚାଲିଛି ସ୍ୱାଇନ୍ ଫ୍ଲୁ ଆତଙ୍କ ।  ସ୍ୱାଇନ୍‌ ଫ୍ଲୁ ଆଉ ନିୟନ୍ତ୍ରଣରେ ନାହିଁ । ପ୍ରତ୍ୟେକ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିବା ସହିତ ମୃତକଙ୍କ ସଂଖ୍ୟା ମଧ୍ୟ ଉଦ୍‌ବେଗଜନକ ଭାବେ ବଢ଼ିବାରେ ଲାଗିଛି ।