ଦୁଷ୍କର୍ମ ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ : ରାୟ ଶୁଣାଇଲେ ଯାଜପୁର ଜିଲ୍ଲା ଦୌରା ଜଜଙ୍କ କୋର୍ଟ

23

ଯାଜପୁର : ଦୁଷ୍କର୍ମ ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ। ୩ ବର୍ଷ ତଳେ ଘଟିଥିବା ଏକ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରି ଏହି ରାୟ ଶୁଣାଇଛନ୍ତି ଯାଜପୁର ଜିଲ୍ଲା ଦୌରା ଜଜଙ୍କ କୋର୍ଟ।

ଯାଜପୁର ରୋଡ ଥାନା ଅନ୍ତର୍ଗତ ଦାନିଆବର ଗାଁରେ ଗତ ୨୦୧୩ ସେପ୍ଟେମ୍ବର ୧୫ ତାରିଖରେ ଜଣେ ନାବାଳିକାଙ୍କୁ କାଳନ୍ଦି ମଲ୍ଲିକ ଓ ତାର ଜଣେ ନାବାଳକ ସହଯୋଗୀ ମିଶି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ମୋଟ ୧୫ ଜଣଙ୍କ ସାକ୍ଷୀ ଓ ବୟାନକୁ ଆଧାର କରି କୋର୍ଟ ଏହି ରାୟ ଦେଇଛନ୍ତି।