ସିଲ୍କ ସିଟିରେ ଏନକାଉଁଟର : ପୋଲିସ ଗୁଳିରେ ଦୁଇ ମୋଷ୍ଟ ୱାଂଟେଡ୍ ଅପରାଧୀ ଆହତ

26

berhmapur encounterକନକ ବ୍ୟୁରୋ : ସିଲ୍କ ସିଟିରେ ଏନକାଉଁଟର । ପୋଲିସ ଗୁଳିରେ ଆହତ ହୋଇଛନ୍ତି ଦୁଇ ମୋଷ୍ଟ ୱାଂଟେଡ୍ ଅପରାଧୀ। ଉଭୟଙ୍କ ଗୋଡରେ ଗୁଳି ବାଜିଛି। ଅପରାଧୀ ମାନେ ହେଲେ ଦୀପକ ମଣ୍ଡଳ ଏବଂ ଅଷ୍ଟମ ମଣ୍ଡଳ। ଦୀପକକୁ ଗୋଳନ୍ଥରା ନିକଟ ଭୈରବୀ ନିିକଟରେ ଏନକାଉଁଟର କରାଯାଇଛି। ତାଠାରୁ ପିସ୍ତଲ ଓ ଗୁଳି ଜବତ ହୋଇଛି

ଏହାପରେ ଦୀପକର ସହଯୋଗୀ ଅଷ୍ଟମ ମଣ୍ଡଳକୁ ବି ଏନକାଉଁଟର କରିଛି ପୋଲିସ। ଗୋପାଳପୁର ଥାନା ପଥରା ନିକଟରେ ପୋଲିସ ତାକୁ ଏନକାଉଁଟର କରିଛି। ତାଠାରୁ ମଧ୍ୟ ଏକ ପିସ୍ତଲ ଓ ଗୁଳି ଜବତ ହୋଇଛି। ପଂଜାବ ଓ ପଶ୍ଚିମବଙ୍ଗରେ ଉଭୟ ଅପରାଧୀ ମୋଷ୍ଟ ୱାଂଟେଡ ଥିଲେ।

ଉଭୟଙ୍କ ନାଁରେ ଏକାଧିକ ଚୋରୀ, ଲୁଟ ଓ ରାହାଜାନୀ ଭଳି ଅନେକ ଅପରାଧିକ ମାମଲା ରହିଛି। ଦୁଇ ଅପରାଧୀ ପଶ୍ଚିମବଙ୍ଗ ମୁର୍ସିଦାବାଦର ବୋଲି ଜଣାପଡିଛି । ଏମାନେ ଏକ ଠିକା ସଂସ୍ଥା ସହାୟତାରେ ବ୍ରହ୍ମପୁରରେ ଏକ ଘରୋଇ ଇଂଜିନିୟରିଂ କଲେଜରେ କାମ କରୁଥିଲେ । ଦିନବେଳା ଶ୍ରମିକ ଭାବେ କାମ କରୁଥିବାବେଳେ ରାତିରେ ବଭିନ୍ନ ଅପରାଧିକ ମାମଲାରେ ଲିପ୍ତ ରହୁଥିବା ପୋଲିସ ସୂତ୍ରରୁ ଜଣାପଡିଛି।

ଏହା ସହ ଦେଖନ୍ତୁ ଏହି ଭିଡିଓ –