ୟୁଟ୍ୟୁବ ଦେଖି ତିଆରି କଲେ ମାଷ୍ଟର ପ୍ଲାନ୍ ! ୧୦ଟି ସ୍କୁଟର ଚୋରି କରି ଧରାପଡ଼ିଲେ ଦୁଇ ଛାତ୍ର

117

ଆଜିକା ଦିନରେ ୟୁଟ୍ୟୁବ ବ୍ୟବହାରକାରୀଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ୟୁଟ୍ୟୁବ ଏବେ ଟଙ୍କା ଆୟ କରିବାର ଏକ ଉତ୍ତମ ମାଧ୍ୟମ ପାଲଟିଛି । ୟୁଟ୍ୟୁବ ଦେଖି ଲୋକେ କୋଟପତି ହେବାରେ ନଜିର ମଧ୍ୟ ରହିଛି । ହେଲେ ୟୁଟ୍ୟୁବ ଦେଖି କିଛି ଲୋକ କ୍ରାଇମ୍ ମଧ୍ୟ କରୁଛନ୍ତି । ନିକଟରେ ଏପରି କିଛି ଘଟଣା ଘଟିଛି ।

ମୁମ୍ବାଇର ଦୁଇ ଜଣ ଛାତ୍ରଙ୍କ ବିରୋଧରେ ୧୦ଟି ସ୍କୁଟର ଚୋରି କରିଥିବାର ଅଭିଯୋଗ ଆସିଥିଲା । ସେମାନେ ୟୁଟ୍ୟୁବର ଭିଡିଓ ଦେଖି ଏପରି ସ୍କୁଟର ଚୋରିର ଯୋଜନା ଚଳାଇଥିଲେ । ସେ ଦୁହେଁ ନଅଟି ସ୍କୁଟର ଚୋରି କରି ସାରିବା ପରେ ଗତ ଜାନୁଆରି ୧ ତାରିଖରେ ଗୋଟିଏ ସ୍କୁଟର ଚୋରି କରିଥିଲେ। ଉଭୟଙ୍କୁ ପୁଲିସ ମୁମ୍ବାଇ ମଲାଡ୍ ଅଞ୍ଚଳରୁ ଗିରଫ କରିବାରେ ସକ୍ଷମ ହୋଇଛି ।

ପୁଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଅବିନାଶ କାସିଦ୍ ଓ ରୂପେଶ ଘଡସି ମାଲାଡରେ ରୁହନ୍ତି । ସେମାନଙ୍କ ଭିତରୁ ଅବିନାଶର ବୟସ ୨୨ ବର୍ଷ ଓ ରୂପେଶଙ୍କର ବୟସ ୨୧ ବର୍ଷ। ସେ ଦୁହେଁ ୟୁ ଟ୍ୟୁବ୍ ଭିଡିଓରୁ କିପରି ବାଇକ୍ ଚୋରି କରିହୁଏ,ତାର କଳା ଶିଖିଲେ। ସେ ଦୁହେଁ ପାଞ୍ଚଟି ସ୍କୁଟର ଚୋରି କରି ବିକ୍ରି କରିଥିଲେ  । ସେମାନଙ୍କ ଭିତରୁ ପୁଲିସ୍ ପ୍ରଥମେ କାସିଦ୍କୁ ଧରିଥିଲା । ତା’ପରେ ଗତ ବୁଧବାର ଦିନ ଘଡସିକୁ ପୁଲିସ ଗିରଫ କରିଥିଲା । ସେ ଦୁହେଁ ଗତବର୍ଷ ମାର୍ଚ୍ଚ ୧୨ ତାରିଖରେ ଏକ ଦୋକାନରୁ ଚୋରି ଅଭିଯୋଗରେ ଗିରଫ ହୋଇଥିଲେ । ଏ ଦୁହିଁଙ୍କ ବିରୁଦ୍ଧରେ ଆଇପିସିର ଧାରା ୩୭୯ ଅନୁଯାୟୀ ମାମଲା ରୁଜୁ ହୋଇଛି । ପୁଲିସ ଚୋରି ହୋଇଥିବା ନଅଟି ସ୍କୁଟର ଉଦ୍ଧାର କରିଛି ।