ପ୍ରକାଶ ପାଇଲା +୨ ବିଜ୍ଞାନ ପରୀକ୍ଷାଫଳ

44

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍: ପ୍ରକାଶ ପାଇଲା ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ । ଚଳିତ ବର୍ଷ ମୋଟ ୬୭ ହଜାର ୯୯୯ ଜଣ ପରୀକ୍ଷାର୍ଥୀ ପାସ କରିଛନ୍ତି । ସମୁଦାୟ ପାସହାର ରହିଛି ୮୦ ଦଶିମକ ୮୦ ପ୍ରତିଶତ । ୫୩ ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖି ପାସ୍ କରିଛନ୍ତି  । ସେହିପରି ୮୦ ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି ୧୫୮୧ ଜଣ ଓ ୭୦ ପ୍ରତିଶତରୁ ଅଧିକ ମାର୍କ ରଖିଛନ୍ତି ୭ ହଜାର ୨୦୮ ଜଣ ଛାତ୍ରଛାତ୍ରୀ । ୨୦ ହଜାର ୧୯୧ ଜଣ ପରୀକ୍ଷାର୍ଥୀ ପ୍ରଥମ ଶ୍ରେଣୀ, ୨୨ ହଜାର ୪୧୪ ଜଣ ଦ୍ୱିତୀୟ ଶ୍ରେଣୀ ଓ ତୃତୀୟ ଶ୍ରେଣୀରେ ୨୪ ହଜାର ୫୫୦ ଜଣ ପରୀକ୍ଷାର୍ଥୀ ଉତୀର୍ଣ୍ଣ ହୋଇଛନ୍ତି । ନୟାଗଡରେ ସର୍ବାଧିକ ୯୪ ଦଶମିକ ୨୩ ପ୍ରତିଶତ ପାସହାର ରହିଛି । ଝାରସୁଗୁଡାରେ ସବୁଠୁ କମ ପାସ ହାର ୫୩ ଦଶମିକ ୮୭ ପ୍ରତିଶତ । ୫ଟି କଲେଜରେ କେହି ପରୀକ୍ଷାର୍ଥୀ ପାସ କରିନାହାନ୍ତି । ଚଳିତ ବର୍ଷ ୮୪ ହଜାର ୧୫୪ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ।