ଭୋଟ ପୂର୍ବରୁ ମାଓବାଦୀଙ୍କ ଅଡିଓ ଟେପ୍ ଜାରି ! କଳାହାଣ୍ଡି, ରାୟଗଡା ଓ କନ୍ଧମାଳରେ ବନ୍ଦକୁ ସଫଳ କରିବାକୁ ଆହ୍ୱାନ

32

କନକ ବ୍ୟୁରୋ : ପଂଚାୟତ ନିର୍ବାଚନ ପୂର୍ବରୁ ଅଡିଓ ବାର୍ତା ଜାରି କରିଛନ୍ତି ମାଓବାଦୀ । ମତଦାନ ଦିନ କଳାହାଣ୍ଡି, ରାୟଗଡା, କନ୍ଧମାଳରେ ଦିଆଯାଇଥିବା ବନ୍ଦ ଡାକରାକୁ ସଫଳ କରିବାକୁ ସେମାନେ ଆହ୍ୱାନ ଦେଇଛନ୍ତି । ଅନ୍ୟପଟେ ସମସ୍ତ ରାଜନୈତିକ ଦଳ ମିଥ୍ୟା ପ୍ରତିଶ୍ରୁତି ଦେଉଥିବା ସେମାନେ ଅଭିଯୋଗ କରିଛନ୍ତି ।

ଏହା ସହ ୧୭ ବର୍ଷ ଶାସନ କରିଥିଲେ ମଧ୍ୟ ରାଜ୍ୟର ମୂଳ ବିକାଶ ପ୍ରତି ଶାସକ ବିଜେଡି ଅଣଦେଖା କରିଥିବା ମାଓବାଦୀ ଅଭିଯୋଗ କରିଛନ୍ତି । ଏହା ଅଡିଓ ବାର୍ତାରେ ସେମାନେ ଦାନ ମାଝି ପ୍ରସଙ୍ଗ, ଅପପୁଷ୍ଟି ଓ ଶିଶୁ ମୃତ୍ୟୁ, ମହାନଦୀ ଜଳ ବିବାଦ ପ୍ରସଙ୍ଗ ଉଠାଇଛନ୍ତି । ବର୍ତମାନର ଅଗଣତାନ୍ତ୍ରିକ ନିର୍ବାଚନକୁ ପ୍ରତ୍ୟାଖ୍ୟାନ କରି ବିକଳ୍ପ ଓ ସମାଜବାଦୀ ସମାଜ ଗଠନ ପାଇଁ ଆଗେଇ ଆସିବାକୁ ମାଓବାଦୀ ଆହ୍ୱାନ ଦେଇଛନ୍ତି ।