ଗୁମ୍ଫାରେ କଟୁଛି ରାତି ! ୧୦ ଦିନ ପରେ ମିଳିଲା ଗୁମ୍ଫାରେ ଫସିଥିବା ୧୨ ଜଣ କୁନି ପିଲାଙ୍କ ଖବର ।

48

୧୦ ଦିନ ଧରି ଗୁମ୍ଫାରେ ଫସି ରହିଛନ୍ତି ୧୨ ଜଣ ନାବାଳକ । ଏବଂ ତାଙ୍କ ସହ ଫୁଟବଲ କୋଚ ମଧ୍ୟ ଗୁମ୍ପାରେ ଫସି ରହିଥିଲେ । ଗତ ଜୁନ ୨୩ ତାରିଖରୁ ନିଖୋଜ ଥିଲେ ଉଭୟ କୋଚ ଓ ୧୨ ଜଣ ପିଲା । ଥାଇଲାଣ୍ଡର ପଟ୍ଟାୟା ବିଚ୍ ଅଞ୍ଚଳରେ ଘଟିଥିବା ଏଭଳି ଘଟଣା ଏବେ ସମଗ୍ର ବିଶ୍ୱକୁ ଚକିତ କରିଛି । କାରଣ ୧୦ ଦିନ ପରେ ନିଖୋଜ ୧୨ ଜଣ ପିଲାଙ୍କ ଖବର ଥାଇଲାଣ୍ଡ ପୋଲିସ ହାତରେ ଲାଗିଛି । ଏବେ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଅପରେସନ ଆରମ୍ଭ କରାଯାଇଥିବା ସୁଚନା ମିଳିଛି ।

ଗତ ୨୩ ତାରିଖ ଦିନ ୧୨ ଜଣ ପିଲା ତାଙ୍କ ଫୁଟବଲ କୋଚଙ୍କ ସହିତ ପଟ୍ଟାୟା ବିଚରେ ଖେଳୁଥିବା ସମୟରେ ହଠାତ୍ ସମୂଦ୍ରର ଉଚ୍ଚ ଜୁଆର ମାଡି ଆସବା ଫଳରେ ଜୀବନ ବଞ୍ଚାଇ ବିଚ୍ କୂଳରୁ ଦୌଡିଥିଲେ ସଭିଏଁ । ପିଲାଙ୍କ ସହିତ କୋଚ ମଧ୍ୟ ଜୀବନ ବିକଳରେ ଦୌଡି ପଳାଇଥିଲେ । କିଛି ବୁଝିବା ପୂର୍ବରୁ ନିକଟରେ ଥିବା ଗୁମ୍ପା ଭିତରେ ପସି ଯାଇଥିଲେ ଉଭୟ କୋଚ ଓ ୧୨ ଜଣ ପିଲା । ଏହାପରେ ସେଠାରେ ଲଗାଣ ବର୍ଷା ହେବା ଫଳରେ ଗୁମ୍ଫାରେ ପାଣି ପଶିଯାଇଥିଲା ଏବଂ ଭିତରେ ଫସି ଯାଇଥିଲେ ପିଲାମାନେ । ଅନେକ ପ୍ରୟାସ କରିଥିଲେ ମଧ୍ୟ ଗୁମ୍ଫାରୁ ବାହାରି ପାରି ନଥିଲେ । ଯାହାକୁ ନେଇ ପରିବାର ଲୋକଙ୍କ ମଧ୍ୟରେ ଭାଳେଣୀ ପଡିଥିଲା । ଏନେଇ ଥାଇ ପୋଲିସ ତନାଘନା ଆରମ୍ଭ କରିବାରୁ ଗତକାଲି ବିଳମ୍ବିତ ରାତିରେ କୋଚ ଓ ୧୨ ଜଣ ପିଲାଙ୍କ ଖବର ମିଳିଛି ।

ଥାଇ ପୋଲିସର ଏକ ସ୍ପେଶାଲ ଫୋର୍ସ ଏବଂ ଉଦ୍ଧାରକାରୀ ଦଳ ଗୁମ୍ଫା ଭିତରକୁ ଏକ ନାଇଟ ଭିଜନ କ୍ୟାମେରା ବ୍ୟବହାର କରି ପିଲାମାନଙ୍କ ସ୍ଥିତି ପରଖିଛି । ସୁଚନା ମୁତାବକ ୧୦ ଦିନ ଧରି ଫସି ରହିଥିବା ପିଲାମନେ ହାର ନମାନି ଘନ ଅନ୍ଧକାରରେ କାଟିଛନ୍ତି ୧୦ ରାତି । ତେବେ ବର୍ତ୍ତମାନ ଉଭୟ କୋଚ ଓ ୧୨ ଜଣ ପିଲାଙ୍କୁ ଉଦ୍ଧାର କରିବା ପାଇଁ ସାବଧାନତାର ସହ ପଦକ୍ଷେପ ନିଆଯାଉଥିବା ବରିଷ୍ଠ ଅଧିକାରୀ କହିଛନ୍ତି ।