କ୍ରିକେଟ ଖେଳାଳୀ ୟୁଜଭେନ୍ଦ୍ର ଚହଲ ଓ ଧନଶ୍ରୀଙ୍କ ସଂପର୍କରେ ଫାଟ ନେଇ ଚର୍ଚ୍ଚା। ଇନଷ୍ଟାରୁ ଧନଶ୍ରୀ ଉଠାଇଦେଲେ ସାଙ୍ଗିଆ

809

କନକ ବ୍ୟୁରୋ : ଭାରତୀୟ କ୍ରିକେଟ ଟିମର ବୋଲର ୟୁଜଭେନ୍ଦ୍ର ଚହଲ ଏବେ କ୍ରିକେଟ ମ୍ୟାଚରୁ ବ୍ରେକ ନେଇଛନ୍ତି । ସେ ସିଧା ସଳଖ ଏସିଆ କପରେ ପୁଣି ଦଳରେ ଯୋଗ ଦେବେ ବୋଲି ଅନୁମାନ କରାଯାଉଛି । ହେଲେ ଏବେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ସେ ଚର୍ଚ୍ଚାରେ ଅଛନ୍ତି । ଏବେ ଏବେ ସେ ଇନଷ୍ଟାଗ୍ରାମରେ ଏକ ଷ୍ଟୋରୀ ସେୟାର କରିଥିଲେ । ଏବେ ଏହି ଇନଷ୍ଟାଗ୍ରାମ ପୋଷ୍ଟକୁ ଏବେ ଅନେକ କଥା ଆଲୋଚନା ହେଉଛି ।

କହିରଖୁ କି କିଛିଦିନ ପୂର୍ବରୁ ୟୁଜଭେନ୍ଦ୍ର ଚହଲଙ୍କ ପତ୍ନୀ ଧନଶ୍ରୀ ବର୍ମା ଇନଷ୍ଟାଗ୍ରାମରେ ନିଜର ନାମ ବଦଳାଇଥିଲେ । ପ୍ରଥମେ ସେ ଧନଶ୍ରୀ ବର୍ମା ଚହଲ ଲେଖୁଥିବା ବେଳେ ଏବେ ସେ କେବଳ ଧନଶ୍ରୀ ବର୍ମା ଲେଖୁଛନ୍ତି । ଧନଶ୍ରୀଙ୍କର ଏଭଳି ପରିବର୍ତ୍ତନ ପରେ ଚହଲ ଇନଷ୍ଟାଗ୍ରାମରେ ଏକ ଷ୍ଟୋରୀ ସେୟାର କରି ଲେଖିଛନ୍ତି କି, ନୂଆ ଜୀବନ ଆରମ୍ଭ ହେବାକୁ ଯାଉଛି ବା ନ୍ୟୁ ଲାଇଫ ଲୋଡିଂ  ।

ଉଭୟ ଧନଶ୍ରୀ ଓ ଚହଲଙ୍କ ଏଭଳି ଇନଷ୍ଟାଗ୍ରାମ ଷ୍ଟୋରୀକୁ ନେଇ ଅନେକ କଥା ଆଲୋଚନା ହେବାରେ ଲାଗିଛି । ପ୍ରଶଂସକମାନେ ଉଭୟ ଧନଶ୍ରୀ ଓ ଚହଲଙ୍କ ସଂପର୍କକୁ ନେଇ ଅନେକ ପ୍ରଶ୍ନ ଉଠାଇଛନ୍ତି । ଏପର୍ଯ୍ୟନ୍ତ ଉଭୟଙ୍କ ତରଫରୁ କୌଣସି ବୟାନ ଦିଆଯାଇ ନାହିଁ । ହେଲେ ସେମାନଙ୍କ ସୋସିଆଲ ମିଡିଆ ପୋଷ୍ଟରୁ ଅନେକ କଥା ଆକଳନ କରାଯାଉଛି ।

କହିରଖୁ କି କରୋନା ସମୟରେ ଯେତେବେଳେ ସାରା ଦେଶରେ ଲକଡାଉନ ଲାଗିଥିଲା ଠିକ୍ ସେତିକି ବେଳେ ଧନଶ୍ରୀ ଓ ଚହଲ ସେମାନଙ୍କ ବିବାହର ଫଟୋ ପୋଷ୍ଟ କରିଥିଲେ । ଧନଶ୍ରୀ ବର୍ମା ଜଣେ କୋରିଓଗ୍ରାଫର ଓ ସୋସିଆଲ ମିଡିଆରେ ତାଙ୍କର ଅନେକ ପ୍ରଶଂସକ ରହିଛନ୍ତି ।

ସେପଟେ ଯଦି ୟୁଜଭେନ୍ଦ୍ର ଚହଲଙ୍କ କଥା କୁହାଯିବ ତେବେ ସେ ଭାରତୀୟ ଟିମ ପାଇଁ ୬୭ ଟି ଏକଦିବସୀୟ ମ୍ୟାଚ ଖେଳି ୧୧୮ ଟି ୱିକେଟ ହାସଲ କରିଛନ୍ତି । ଆଇପିଏଲରେ ୟୁଜଭେନ୍ଦ୍ର ୧୩୧ ଟି ମ୍ୟାଚ ଖେଳି ୧୧୬ ଟି ୱିକେଟ ନେଇଛନ୍ତି । ସେ ଏବେ ରାଜସ୍ଥାନ ରୟାଲ୍ସ ସହିତ ଜଡିତ ଅଛନ୍ତି ।