ଛତିଶଗଡରେ ପ୍ରବଳ ବର୍ଷାର ପୂର୍ବାନୁମାନ : ଛତିଶଗଡର ୫ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି

111

କନକ ବ୍ୟୁରୋ : ଉପର ମୁଣ୍ଡରେ ପ୍ରବଳ ବର୍ଷାରେ ପଡିବ କି ଓଡିଶାରେ ପ୍ରଭାବ । ଭାରତୀୟ ପାଣିପାଗ ବିଭାଗ ସୂଚନା ଅନୁସାରେ ଆସନ୍ତା ୨୦ ତାରିଖରେ ଛତିଶଗଡର ୫ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ରହିଛି ସମ୍ଭାବନା । ଛତିଶଗଡର ବିଜାପୁର, ନାରାୟଣପୁର, ଦାନ୍ତେୱାଡା, ବସ୍ତର ଓ କନକେର୍ ଜିଲ୍ଲା ପାଇଁ ଆସନ୍ତା ୨୦ ତାରିଖରେ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଆଇଏମଡି ।

ଏହି ସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଏହା ସହିତ ୨୦ ତାରିଖରେ ପଶ୍ଚିମ ଓଡିଶାର ୮ ଟି ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଓଡିଶାର ସୁନ୍ଦରଗଡ, ସମ୍ବଲପୁର, ଝାରସୁଗୁଡା, ବରଗଡ, ସୋନପୁର, ବଲାଙ୍ଗୀର, ନୂଆପଡା ଓ କଳାହାଣ୍ଡି ଜିଲ୍ଲା ପାଇଁ ମଧ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି ।