ଭାରତୀୟ ଛାତ୍ରଙ୍କ ନୂଆ ଆବିଷ୍କାର ! ବିନା ଚାଳକରେ ଚାଲିବ ଟ୍ରାକ୍ଟର, ଜାଣନ୍ତୁ ଯୋଗେଶଙ୍କ ବିଷୟରେ କିଛି ଅଜଣା କଥା

93

କୃଷକଙ୍କ ପାଇଁ ଖୁସିଖବର । ଏଣିକି ଚାଷ ଜମିକୁ ଟ୍ରାକ୍ଟରରେ ହଳ କରିବା ପାଇଁ ଆଉ ଅଧିକ ପରିଶ୍ରମ କରିବାକୁ ପଡିବ ନାହିଁ । ହାତରେ କେବଳ ଗୋଟିଏ ରିମୋଟ ଧରି ପୂରା ଜମିକୁ ହଳ କରିହେବ । ବିନା ଡ୍ରାଇଭରରେ ପୁରା ଜମିକୁ ହଳ କରିବ ଟ୍ରାକ୍ଟର । ଏଥିପାଇଁ ଏକ ରିମୋଟ ଆବିଷ୍କାର କରିଛନ୍ତି ରାଜସ୍ଥାନର କଲା ଗାଁର ଯୋଗେଶ ନାଗର । ପ୍ରାୟ ୩୦ ପ୍ରକାର ସରଞ୍ଜାମ ଆବିଷ୍କାର କରି ଏବେ ସେ ଚର୍ଚ୍ଚାରେ । ଆସନ୍ତୁ ଜାଣିବା ଯୋଗେଶଙ୍କ ଭିନ୍ନ ଆବିଷ୍କାର ବିଷୟରେ କିଛି ।

driverless tractorରାଜସ୍ଥାନର ୧୯ ବର୍ଷିୟ ଯୋଗେଶ ନାଗର । ର ପ୍ରଥମବର୍ଷ ଛାତ୍ର । ଅତି ଗରିବ ଶ୍ରେଣୀର ପରିବାରରୁ ଆସିଥିବା ଯୋଗେଶ ଏବେ କିଛି ଭିନ୍ନ ଆବିଷ୍କାର ପାଇଁ ଚର୍ଚ୍ଚାରେ । ପାଖାପାଖି ୩୦ଟି ନୂଆ ଜିନିଷ ଆବିଷ୍କାର କରି ଫୋକସରେ ରହିଛନ୍ତି ଯୋଗେଶ । ୭ ଶ୍ରେଣୀରେ ପଢୁଥିବା ବେଳେ ନୂଆ କିଛି କରିବାର ଚିନ୍ତାଧାରା ତାଙ୍କୁ ସଫଳତା ପାଇଁ ବାଟ କଢାଇ ନେଇଛି । ତେବେ ତାଙ୍କ ଦ୍ୱାରା ଆବିଷ୍କୃତ ହୋଇଥିବା ରିମୋଟ ଦ୍ୱାରା ଟ୍ରାକ୍ଟର ଚଳାଇ ସମସ୍ତଙ୍କୁ ଆଶ୍ଚଯ୍ୟଚକିତ କରିଛନ୍ତି । ତେବେ ଏହି ଆବିଷ୍କାର ପଛରେ ତାଙ୍କ ଗରିବ ବାପାଙ୍କ ପ୍ରଚ୍ଛନ୍ନ ହାତ ରହିଛି । ଯୋଗେଶ ବାପାଙ୍କ କଷ୍ଟ ଦୂର କରିବା ପାଇଁ ଏଭଳି ଏକ ନୂଆ ଆବିଷ୍କାର କରିପାରିଛନ୍ତି ବୋଲି କହିଛନ୍ତି ।

ଯୋଗେଶଙ୍କ ବାପା ପେଶାରେ ଜଣେ କୃଷକ । ଏହାସହ ସେ ଟ୍ରାକ୍ଟର ମଧ୍ୟ ଚଳାଇଥାନ୍ତି । ଚାଷ ପାଇଁ ଲୋନରେ କିଣିଥିବା ଟ୍ରାକ୍ଟରର ଋଣ ସୁଝିବା ପାଇଁ ଦିନରାତି ଏକ କରି ଦେଇଥିଲେ ଯୋଗେଶଙ୍କ ବାପା । ଏପରିକି ନିଜ ଜମିର ହଳ କରିବା ସହ ଅନ୍ୟ ଚାଷୀଙ୍କ ଜମି ମଧ୍ୟ ରାତି ରାତି ହଳ କରିଥାନ୍ତି । ଏହିପରି ଭାବେ ଲଗାତାର ଟ୍ରାକ୍ଟର ସିଟରେ ବସି ରହିବା ଯୋଗୁଁ ଯୋଗେଶଙ୍କ ବାପାଙ୍କ ପେଟରେ ଯନ୍ତ୍ରଣା ହେଉଥିଲା । ଲଗାତାର ୩୦ ବର୍ଷ ଧରି ଟ୍ରାକ୍ଟର ଚଳାଇବା ଦ୍ୱାରା ଏଭଳି ସମସ୍ୟା ଦେଖାଦେଇଥିଲା । ଆଉ ଏହାର ସମାଧାନର ବାଟ ବାହାର କରିବା ପାଇଁ ଲାଗିପଡିଲେ ଯୋଗେଶ । କିପରି ଭାବେ ଟ୍ରାକ୍ଟରରେ ନ ବସି ମଧ୍ୟ ଗାଡି ଚଳାଇହେବ ସେ ନେଇ ପରୀକ୍ଷା ନିରୀକ୍ଷା ଆରମ୍ଭ କରିଦେଇଥିଲେ ଯୋଗେଶ ।

ଟ୍ରାକ୍ଟରକୁ ଲଗାତାର ଦୁଇଦିନ ଧ୍ୟାନ ସହକାରେ ଦେଖିବା ସହ ଏହା କିପରି ଚାଲୁଛି ତାକୁ ବୁଝିବା ଆରମ୍ଭ କରିଥିଲେ ଯୋଗେଶ । ଦୁଇଦିନ ଟ୍ରାକ୍ଟରକୁ ଦେଖିବା ପରେ ନିଜ ମିଶନ ଅ।।ରମ୍ଭ କରିଥିଲେ । ବିନା ଚାଳକରେ କିପରି ଭାବେ ଟ୍ରାକ୍ଟର ଚଲାଇହେବ ସେଥିପାଇଁ ଏକ ରିମୋଟ ମଡେଲର ପ୍ରସ୍ତୁତି ଆରମ୍ଭ କଲେ । ଅର୍ଥ ବାଧକ ହେବାରୁ ଚାଳକ ବିହୀନ ରିମୋଟ ପାଇଁ ଦରକାର ହେଉଥିବା ଅଧିକାଂଶ ପାର୍ଟ ନିଜ ଘରେ ପ୍ରସ୍ତୁତ କରୁଥିଲେ । ତେବେ ଦୃଢ ଇଚ୍ଛା ଶକ୍ତି ଆଗରେ ହାର ମାନିଥିଲା ଅର୍ଥ ବାଧକ । ଆଉ ଶେଷରେ ଚଳିତବର୍ଷ ଜୁନରେ ଚାଳକବିହୀନ ରିମୋଟ ପ୍ରସ୍ତୁତ କରି ଏହାର ଡେମୋ ତାଙ୍କ ବାପାଙ୍କୁ ଦେଖାଇଥିଲେ । ତେବେ ଏହି ରିମୋଟକୁ ସମ୍ପୂର୍ଣ୍ଣ ବିକଶିତ କରିବା ପାଇଁ ଆଉ ଦୁଇମାସ ସମୟ ନେଇଥିଲେ ଯୋଗେଶ । ଶେଷରେ ଚଳିତବର୍ଷ ଅଗଷ୍ଟ ମାସରେ ରିମୋଟ ପ୍ରସ୍ତୁତ କରି ବିନା ଚାଳକରେ ଟ୍ରାକ୍ଟର ଚଳାଇ ସମସ୍ତଙ୍କୁ ଆଶ୍ଚଯ୍ୟ ଚକିତ କରି ଦେଇଥିଲେ ।

ଏପରିକି ରିମୋଟ ଚଳାଇବାରେ ଯେପରି ତାଙ୍କ ବାପାଙ୍କର କୌଣସି ଅସୁବିଧା ନ ହେବ ସେଥିପାଇଁ ପୂରା ଟ୍ରାକ୍ଟର ଭଳି ରିମୋଟ ମଡେଲ ପ୍ରସ୍ତୁତ କରିଥିଲେ । ଟ୍ରାକ୍ଟରରେ ଯେପରି ଷ୍ଟିୟରିଙ୍ଗ, କ୍ଲଚ, ବ୍ରେକ ଏବଂ ଗିୟର ରହିଥାଏ ଠିକ୍ ସେହିଭଳି ଅବିକଳ ଭାବେ ରିମୋଟର ମଡେଲ ପ୍ରସ୍ତୁତ କରିଥିଲେ ଯୋଗେଶ । ଏହାପରେ ଜମିରେ ତାଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ରିମୋଟ ଦେଖାଇଥିଲା ଜଲୱା । ବିନା ଚାଳକରେ ଜମିରେ ଦୌଡିଥିଲା ଟ୍ରାକ୍ଟର ।

yourstory-yogesh-nagar-tractorତେବେ ରିମୋଟ ଦ୍ୱାରା ଟ୍ରାକ୍ଟର କିପରି ଚାଲୁଛି ତାହା ଜାଣିବା ପାଇଁ ସାଧାରଣରେ କୌତୁହଳ ପ୍ରକାଶ ପାଇଥିଲା । ଯୋଗେଶଙ୍କ କହିବା ଅନୁଯାୟୀ, ରିମୋଟରେ ଲାଗିଥିବା ସାଟେଲାଇଟ ଟ୍ରାକ୍ଟରରେ ଲାଗିଥିବା ସାଟେଲାଇଟ ସହ ସଂଯୁକ୍ତ କରାଯାଇଥିଲା । ଆଉ ଏହି ଜ୍ଞାନକୌଶଳକୁ ଉପଯୋଗ କରି ସେ ବିନା ଚାଳକରେ ରିମୋଟ ମାଧ୍ୟମରେ ଟ୍ରାକ୍ଟର ଚଳାଇଥିଲେ । ଏହି ଅତ୍ୟାଧୁନିକ ଜ୍ଞାନକୌଶଳର ଅନ୍ୟ ଏକ ବିଶେଷତ୍ୱ ହେଉଛି ପାଖାପାଖି ଦେଢ କିଲୋମିଟର ପରିସର ମଧ୍ୟରେ ଏହି ରିମୋଟ ସାହାଯ୍ୟରେ ଟ୍ରାକ୍ଟର ଚଳାଇପାରିବେ । ବିଲରେ ଆରାମରେ ବସି ରିମୋଟ ସାହାଯ୍ୟରେ ଟ୍ରାକ୍ଟର ଦ୍ୱାରା ହଳ କରିପାରିବେ ।

ବିନା ଡ୍ରାଇଭରରେ ଟ୍ରାକ୍ଟର ଚାଲୁଥିବା ଜାଣିବା ପରେ ସ୍ଥାନୀୟ ଅଞ୍ଚଳର କିଛି କୃଷକ ଏହି ଜ୍ଞାନକୌଶଳ ଟ୍ରାକ୍ଟରରେ ଲଗାଇବା ପାଇଁ ଯୋଗେଶଙ୍କ ସହ ଯୋଗଯୋଗ ମଧ୍ୟ କରିଛନ୍ତି । ଏପରିକି କିଛି କୃଷକ ଏହି ରିମୋଟ ନେବା ପାଇଁ ଯୋଗେଶଙ୍କୁ ୧ ଲକ୍ଷ ଟଙ୍କା ଦେବା ପାଇଁ ମଧ୍ୟ ରାଜି ହୋଇଛନ୍ତି । ବିକଶିତ ଦେଶରେ ଯେଉଁଠି ଏହି ଜ୍ଞାନକୌଶଳ ନିର୍ମିତ କରିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି ସେଠାରେ ଯୋଗେଶ ମାତ୍ର ୫୦ ହଜାରରୁ କମ ଟଙ୍କାରେ ଏହାକୁ ବିକଶିତ କରି ପୂରା ବିଶ୍ୱର ଦୃଷ୍ଟିକୁ ନିଜ ଆଡକୁ ଟାଣି ପାରିଛନ୍ତି ଯୋଗେଶ ।

1511602981ପାଖାପାଖି ୩୦ଟି ଭିନ୍ନ ଭିନ୍ନ ଜିନିଷ ଆବିଷ୍କାର କରିଥିବା ଯୋଗେଶ ଭାରତୀୟ ସେନା ପାଇଁ ମଧ୍ୟ ଏକ ଅତ୍ୟାଧୁନିକ ବାହନର ନିର୍ମାଣ କରୁଛନ୍ତି । ଯେଉଁ ବାହନ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଯୁଦ୍ଧ କରିପାରିବ । ଏଥିପାଇଁ ସେ ଏକାଦଶ ଶ୍ରେଣୀରୁ ପ୍ରସ୍ତୁତି ଚଳାଇଛନ୍ତି । ଏହାଛଡା ଚୋରି ରୋକିବା ପାଇଁ ଏକ ଭିନ୍ନ ଧରଣର ଯନ୍ତ୍ରାଶ ନିର୍ମାଣ କରିଛନ୍ତି । ଦୁନିଆର ଯେ କୌଣସି ସ୍ଥାନରେ ଥିଲେ ମଧ୍ୟ ଆପଣଙ୍କ ଘରକୁ ଯଦି କେହି ପ୍ରବେଶ କରେ ତେବେ ଏହି ଯନ୍ତ୍ରାଶ ସାହାର୍ଯ୍ୟରେ ସୂଚନା ପାଇ ପାରିବେ । କେବଳ ଏତିକିରେ ଅଟକି ଯାଇନାହାନ୍ତି ଯୋଗେଶ । ବିଦ୍ୟୁତ ଶକ୍ତି ବଞ୍ଚାଇବା ପାଇଁ ପାୱାର ସେଭର ନାମକ ଏକ ଉପକରଣ ମଧ୍ୟ ପ୍ରସ୍ତୁତ କରିଛନ୍ତି ଯୋଗେଶ । ଏହି ଉପକରଣ ସାଟେଲାଇଟ ସହ ଯୋଡି ହୋଇ ରହିଥିବାରୁ ଯେକୌଣସି ସ୍ଥାନରୁ ଘରେ ଲାଗିରହିଥିବା ବିଦ୍ୟୁତ ଉପକରଣକୁ ବନ୍ଦ କିମ୍ବା ଚାଲୁ କରି ପାରିବେ । ଏପରିକି ଏହି ଉପକରଣକୁ ବ୍ୟବହାର କରି ଘରେ ବସି ଜମିରେ ଲାଗିଥିବା ମୋଟରକୁ ମଧ୍ୟ ଚଳାଇପାରିବେ । ଯୋଗେଶଙ୍କ ଏଭଳି ଆବିଷ୍କାର ଏବେ ତାଙ୍କୁ ଏକ ନୂଆ ପରିଚୟ ଦେଇଛି ।