ରିଲିଜ ହେଲା ବହୁ ପ୍ରତୀକ୍ଷିତ ଫିଲ୍ମ ‘ପ୍ୟାଡ଼ମ୍ୟାନ’ର ଟ୍ରେଲର

30

ବହୁ ଦିନର ପ୍ରତୀକ୍ଷାରେ ଏବେ ପୂର୍ଣ୍ଣଛେଦ ପଡ଼ିଛି । ଦର୍ଶକଙ୍କୁ ଆଉ ଅପେକ୍ଷା କରିବାକୁ ପଡ଼ିବ ନାହିଁ । ସୁପରଷ୍ଟାର ଅକ୍ଷୟ କୁମାର, ସୋନମ କପୁର ଏବଂ ରାଧିକା ଆପ୍ତେଙ୍କ ଅଭିନୀତ ଫିଲ୍ମ ‘ପ୍ୟାଡ଼ମ୍ୟାନ’ର ପ୍ରଥମ ଅଫିସିଆଲ ଟ୍ରେଲର ରିଲିଜ ହୋଇଛି । ଫିଲ୍ମର ନା ଶୁଣିବା ପରେ ଦର୍ଶକଙ୍କ ଆଗ୍ରହ ଦ୍ୱିଗୁଣିତ ହୋଇଯାଇଛି । ଟ୍ୱିଟରରେ ଅକ୍ଷୟ କୁମାର ଫିଲ୍ମର ପ୍ରଥମ ଅଫିସିଆଲ ଟ୍ରେଲର ବିଷୟରେ ସେୟାର କରିଛନ୍ତି । ତାଙ୍କ କହିବା ଅନୁସାରେ ଏହା ସେହି ପାଗଳ ଲୋକଙ୍କ ପାଇଁ ଯେଉଁମାନେ ଏ ଦୁନିଆକୁ ବଦଳାଇବା ପାଇଁ ଚାହୁଁଛନ୍ତି । ଏହା ସେମାନଙ୍କ ପାଇଁ ଯେଉଁମାନେ ବିଶ୍ୱର ପରିବର୍ତ୍ତନ ପାଇଁ କ୍ରେଜି ହୋଇଯାଆନ୍ତି ।

ଟ୍ରେଲରରେ ଅକ୍ଷୟ କୁମାର ଏକ ସୁପର ହିରୋ ଭାବରେ ନଜର ଆସିବେ । ଯିଏ ମହିଳା ମାନଙ୍କ ପାଇଁ ଶସ୍ତା ନାପକିନ୍ ତିଆରି କରିଛନ୍ତି । ଅନ୍ୟ ସୁପରମ୍ୟାନ ଏବଂ ବ୍ୟାଟମ୍ୟାନଙ୍କ ଭଳି ସେ ସାହାଯ୍ୟ କରିଛନ୍ତି । ଟ୍ରେଲର ଅମିତାଭ ବଚ୍ଚନଙ୍କ କଥାରୁ ଆରମ୍ଭ ହେଉଛି । ଆଉ ଏହି ପ୍ୟାଡ଼ମ୍ୟାନକୁ ଆମେରିକାର ସୁପରହିରୋଙ୍କ ପାଇଁ ଭାରତର ଉତ୍ତର ଭାବେ ଘୋଷଣା କରାଯାଇଛି ।

ଏଥିରେ ଦର୍ଶକ ଅକ୍ଷୟଙ୍କୁ ଏକ ଭିନ୍ନ ରୂପରେ ଦେଖିବାକୁ ପାଇବେ । ଯେଉଁଥିରେ ସେ ନିଜର ବୁଦ୍ଧିକୁ ବ୍ୟବହାର କରି ସାନିଟାରି ପ୍ୟାଡ଼ ତିଆରି କରିଛନ୍ତି, ଏବଂ ଏଥିରେ କୌଣସି ଲିକ୍ ନ ହେବା ପାଇଁ ମଧ୍ୟ ସେ ତଦାରଖ କରିଛନ୍ତି । ତାଙ୍କ ଭଉଣୀ ଏବଂ ପତ୍ନୀଙ୍କୁ ଲାଜ ଲାଗିଛି, ଯାହା ଦ୍ୱାରା ସେ ପଛଘୁଂଚା ଦେଇଛନ୍ତି । ତାଙ୍କ ଭଉଣୀଙ୍କୁ ଛାଡ଼ିଦେବା ପରେ ଗାଁ ଲୋକ ତାଙ୍କୁ ମଧ୍ୟ ଛାଡ଼ି ଦେଇଛନ୍ତି । ସମସ୍ତ ପ୍ରଚେଷ୍ଟା ବିଫଳ ହେବାପରେ ସୋନମ ଜଣେ ସାମାଜିକ କର୍ମୀ ଭାବରେ ଅନ୍ଧାରରେ ଆଲୋକ ନେଇ ଆସିଛନ୍ତି । ୨,୨୫ ମିନିଟର ଫିଲ୍ମ ଏକ ହାସ୍ୟାତ୍ମକ ପରିପାଶ୍ୱର୍ ସୃଷ୍ଟି କରିଛି । ଯାହାକୁ ଦର୍ଶକ ଖୁବ ପସନ୍ଦ କରିବେ ଏବଂ ଉପଭୋଗ ମଧ୍ୟ କରିବେ । ଏହା ଏକ ଅନୁପ୍ରେରଣାତ୍ମକ ଫିଲ୍ମ ଯାହା ଦର୍ଶକଙ୍କୁ ପ୍ରୋତ୍ସାହିତ କରିବ । ଫିଲ୍ମଟି ଇଂଟରନେସନାଲ ଷ୍ଟାରଡମ୍ ପାଇଁ ଚେଷ୍ଟା କରିଛି ।

ଏହା ଅରୁଣାଚଳମର ମୁରୁଗନ୍ଥମର ଏକ ସତ୍ୟ କାହାଣୀ ଉପରେ ଆଧାରିତ । ଯେଉଁଥିରେ ଲୋକଟି ମଫସଲ ଅଂଚଳର ମହିଳାଙ୍କ ପାଇଁ ଶସ୍ତାରେ ନାପକିନ ତିଆରି କରିଛନ୍ତି । ଫିଲ୍ମଟି ଆର.ବାଇକିଙ୍କ ଦ୍ୱାରା ନିର୍ଦ୍ଦେଶିତ ହୋଇଛି ।