ସାଓମୀ ଦେଉଛି ବଡ ଏକ୍ସଚେଞ୍ଜ ଅଫର ! ଅନ୍ୟ ବ୍ରାଣ୍ଡର ସ୍ମାର୍ଟଫୋନ୍ ପାଇଁ ମଧ୍ୟ ଆକର୍ଷଣୀୟ ଅଫର୍ ଉପଲବ୍ଧ

49

ନିକଟରେ ସାଓମୀ ବ୍ରାଣ୍ଡର ସ୍ମାର୍ଟଫୋନ୍ ଏବଂ ଟେଲିଭିଜନ୍ ଲଞ୍ଚ୍ ହୋଇସାରିଛି । ବର୍ତ୍ତମାନ ଏହି ଚାଇନା କମ୍ପାନୀ ନିଜ ସ୍ମାର୍ଟଫୋନ୍ ଉପରେ ଏକ୍ସଚେଞ୍ଜ ଅଫର ଲାଗୁ କରିବା ଆରମ୍ଭ କରିଛି । ନୂତନ କରି ଆରମ୍ଭ କରିଥିବା ଏହି ଏକ୍ସଚେଞ୍ଜ ଅଫର ପାଇଁ ସାଓମୀ କୈଶିଫାଇ କମ୍ପାନୀ ସହ ହାତ ମିଳାଇଛି । କେବଳ ସାଓମୀ ନୁହଁ ଅନ୍ୟ ବ୍ରାଣ୍ଡର ସ୍ମାର୍ଟଫୋନ୍ ମଧ୍ୟ ଏହି ଅଫର ମାଧ୍ୟମରେ ଆପଣ ଏକ୍ସଚେଞ୍ଜ କରିପାରିବେ । କମ୍ପାନୀର ଯେକୌଣସି ୱେବସାଇଟକୁ ଯାଇ ଆପଣ ନିଜ ପୁରୁଣା ଫୋନକୁ ଏକ୍ସଚେଞ୍ଜ କରିପାରିବେ । ଏକ୍ସଚେଞ୍ଜ ପୂର୍ବରୁ ଆପଣଙ୍କୁ ଏକ ଏକ୍ସଚେଞ୍ଜ କୁପନ୍ ମିଳିବ । ଏହି କୁପନ୍ ଆପଣ ନୂଆ ଫୋନ୍ କିଣିଲା ବେଳେ ବ୍ୟବହାର କରିବେ ।

ଫୋନ୍ ଏକ୍ସଚେଞ୍ଜ ପାଇଁ କ’ଣ କରିବେ ?

– ଯଦି ଆପଣ ନିଜ ସ୍ମାର୍ଟଫୋନକୁ ଏହି ଅଫର ମାଧ୍ୟମରେ ଏକ୍ସଚେଞ୍ଜ କରିବାକୁ ଚାହାନ୍ତି ତେବେ ସର୍ବପ୍ରଥମେ ମି ଏକ୍ସଚେଞ୍ଜ ପେଜକୁ ଯାଇ ନିଜ ଆକାଉଣ୍ଟ ଲଗ୍ ଇନ୍ କରନ୍ତୁ ।

– ଏହାପରେ ନିଜ ସ୍ମାର୍ଟଫୋନ ବ୍ରାଣ୍ଡ ଏବଂ ମଡେଲକୁ ଚୟନ କରନ୍ତୁ । ଏହି ଏକ୍ସଚେଞ୍ଜ ଅଫରରେ ସାମସଙ୍ଗ, ସୋନି, ମୋଟୋ ଭଳି ୧୫ ଟି ବ୍ରାଣ୍ଡର ସ୍ମାର୍ଟଫୋନକୁ ଏକ୍ସଚେଞ୍ଜ କରିବାର ସୁବିଧା ରହିଛି ।

– ଫୋନର ଆଇଏମଇଆଇ ନମ୍ବର ଦେବା ପରେ ଆପଣଙ୍କୁ ଏକ୍ସଚେଞ୍ଜ କୁପନ୍ ମିଳିଯିବ । ଏହି କୁପନ୍ ଆପଣଙ୍କୁ ଏମ୍ଏ ଆକାଉଣ୍ଟରେ ମିଳିଯିବ । ଯାହାକୁ ବ୍ୟବହାର କରି ଆପଣ ନୂଆ ଫୋନ୍ କିଣିପାରିବେ ।

– ପ୍ରକ୍ରିୟା ସମ୍ପୁର୍ଣ୍ଣ ହେବା ପରେ କମ୍ପାନୀର ଏକ୍ସକ୍ୟୁଟିଭ୍ ଅଫିସର୍ ଆପଣଙ୍କ ପାଖକୁ ଆସି ପୁରୁଣା ଫୋନ୍ ନେଇଯାଇ ନୂଆ ଫୋନ୍ ଦେଇଯିବେ ।

ଅନ୍ୟ ସ୍ମାର୍ଟଫୋନ୍ ଯେଉଁଥିରେ ରହିଛି ଅନଲାଇନ୍ ଏକ୍ସଚେଞ୍ଜ ଅଫର୍ . . .
ଲେନୋଭୋ କେ ୮ ପ୍ଲସ୍ : ଏହି ସ୍ମାର୍ଟଫୋନ୍ର ଦାମ୍ ୯୯୯୯ ଟଙ୍କା । ଫ୍ଲିପ୍କାର୍ଡରେ ଏହି ଫୋନକୁ ୯୦୦୦ ଟଙ୍କାର ଏକ୍ସଚେଞ୍ଜ ଅଫର୍ ଦିଆଯାଉଛି । ଏହାର ଅର୍ଥ ପୁରା ଟଙ୍କା ମିଳିବା ପରେ ଏହାର ଦାମ୍ ୯୯୯ ହୋଇଯିବ ।

ଓପ୍ପୋ ଏଫ୍ ୩ : ଏହି ସ୍ୱାର୍ଟଫୋନ୍ର ଦାମ୍ ୧୬,୯୯୦ ଟଙ୍କା । ଏହି ଫୋନ୍କୁ ଅନ୍ଲାଇନ୍ରେ ୧୬,୦୦୦ ଟଙ୍କା ପର୍ଯ୍ୟନ୍ତ ଏକ୍ସଚେଞ୍ଜ ଅଫର୍ ଦିଆଯାଉଛି । ଏହି ଫୋନ୍ ମଧ୍ୟ ୯୯୦ ଟଙ୍କାରେ ଗ୍ରାହକଙ୍କ ହୋଇପାରିବ ।

ଅନର୍ ୯ ଲାଇଟ୍ : ଏହି ସ୍ୱାର୍ଟଫୋନରେ ଦାମ୍ ୧୪,୯୯୯ ଟଙ୍କା । ଫୋନ୍କୁ ଏକ୍ସଚେଞ୍ଜ ଅଫର୍ ୧୪,୦୦୦ ଟଙ୍କା ରହିଛି । ଏହାର ଅର୍ଥ ପୁରା ଟଙ୍କା ମିଳିବା ପରେ ଏହାର ଦାମ୍ ୯୯୯ ହୋଇଯିବ ।

ମୋଟୋ ସି ପ୍ଲସ୍ : ଏହି ସ୍ୱାର୍ଟଫୋନରେ ଦାମ୍ ୬,୯୯୯ ଟଙ୍କା ରହିଥିବାବେଳେ ଅନ୍ଲାଇନରେ ଏହାର ଏକ୍ସଚେଞ୍ଜ ଅଫର୍ ୬,୫୦୦ ଟଙ୍କା ରହିଛି । ସମ୍ପୂର୍ଣ୍ଣ ଏକ୍ସଚେଞ୍ଜ ଅଫର୍ ମିଳିବା ପରେ ଏହି ଫୋନ୍ ମାତ୍ର ୪୯୯ ଟଙ୍କାରେ ଆପଣଙ୍କର ହୋଇପାରିବ ।