ଶସ୍ତା ହେବ କି ତେଲ ଦର? ଖୁବଶୀଘ୍ର ତେଲରୁ ହଟିପାରେ ଏକସାଇଜ୍ ଡ୍ୟୁଟି 

889

କନକ ବ୍ୟୁରୋ: କମି ପାରେ ପେଟ୍ରୋଲ, ଡିଜେଲ ଦର । ତେଲ ଦର କମ୍ କରିବା ନେଇ ଚାଲିଛି କେନ୍ଦ୍ର ସରକାରଙ୍କ ବିଚାର ବିମର୍ଷ । ଜାତୀୟ ଗଣମାଧ୍ୟମ ଅନୁସାରେ ତେଲରୁ ଏକ୍ସାଇଜ୍ ଡ୍ୟୁଟି ହଟାଇବା ପାଇଁ ପେଟ୍ରୋଲିଅମ୍ ମନ୍ତ୍ରାଳୟ ଓ ଅର୍ଥ ମନ୍ତ୍ରାଳୟ ମଧ୍ୟରେ ଚାଲିଛି ବିଚାର ବିମର୍ଷ । ଯଦି ଏପରି ହୁଏ ତାହାଲେ ଆଗକୁ ପେଟ୍ରୋଲ, ଡିଜେଲ ଦର କମ୍ ହୋଇପାରେ ।

କେନ୍ଦ୍ର ସରକାର ଗତବର୍ଷ ମଧ୍ୟ ପେଟ୍ରୋଲ ଡିଜେଲ ଉପରେ ଏକସାଇଜ୍ ଡ୍ୟୁଟି ହ୍ରାସ କରିଥିଲେ । ସେତେବେଳେ ପେଟ୍ରୋଲ, ଡେଜଲ ଦର ଲିଟର ପିଛା ୧୦ ଟଙ୍କା ହ୍ରାସ ପାଇଥିଲା । ବର୍ତମାନ ପେଟ୍ରୋଲ ଉପରେ ଏକ୍ସାଇଜ୍ ଡ୍ୟୁଟି ୨୭ଟଙ୍କା ୯୦ ପଇସା ଥିବାବେଳେ ଡିଜେଲ୍ ଉପରେ ୨୧ଟଙ୍କା ୮୦ ପଇସା ରହିଛି । ଫଳରେ ଦେଶରେ ପ୍ରାୟ ସବୁ ରାଜ୍ୟରେ ପେଟ୍ରୋଲ ଦର ଶହେ ଟଙ୍କା ଉପରେ ରହିଛି । କଲିକଲାରେ ପେଟ୍ରୋଲ ଦର ୧୧୫ ଟଙ୍କା ୧୨ ପଇସା ରହିଛି । ଚେନ୍ନାଇରେ ପେଟ୍ରୋଲ ଦର ୧୧୦ ଟଙ୍କା ୮୫ ପଇସା ରହିଛି । ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦର ୧୦୫ ଟଙ୍କା ୪୧ ପଇସା ରହିଥିବାବେଳେ ମୁମ୍ବାଇରେ ୧୨୦ ଟଙ୍କା ୫୧ ପଇସା ପେଟ୍ରୋଲ ଦର ରହିଛି ।