ବିଗୁଡୁଚି ଶ୍ରୀଲଙ୍କାର ଆର୍ଥିକ ସଂକଟ: ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ଇସ୍ତଫା ଦାବି ନେଇ ବଢିଲା ଜନତାଙ୍କ ପ୍ରତିବାଦ

112

କନକ ବ୍ୟୁରୋ: ଶ୍ରୀଲଙ୍କାରେ ଆର୍ଥିକ ପରିସ୍ଥିତି ଦିନକୁ ଦିନ ବିଗିଡିବାର ଲାଗିଛି । ହସ୍ପିଟାଲ ଗୁଡିକରେ ଅତ୍ୟାବଶ୍ୟକିୟ ଔଷଧର ଘୋର ଅଭାବ ଦେଖାଦେଇଛି । ଏହାରି ଭିତରେ ‘ଶ୍ରାଲଙ୍କା ମେଡିକାଲ ଆଶୋସିଏସନ’ କହିଛି ଯଦି ଏଭଳି ସମସ୍ୟା ଲାଗିରହେ ତେବେ ମୃତ୍ୟୁ ସଂଖ୍ୟା କୋଭିଡ ଠାରୁ ବି ଟପିପାରେ । ଅନ୍ୟପଟେ ସୋମବାର ପୁଣି ରାଷ୍ଟ୍ରପତି ଭବନ ଘେରିଛନ୍ତି ଶ୍ରୀଲଙ୍କା ନାଗରିକ । ସେପଟେ ସେଂଟ୍ରାଲ ବ୍ୟାଙ୍କ ଗଭର୍ଣ୍ଣର ସରକାରଙ୍କୁ ବ୍ୟାଙ୍କ କାମରେ ହସ୍ତକ୍ଷେପ ନକରିବାକୁ ଅପିଲ କରିଛି । ନହେଲେ ଦେଶରେ ପରିସ୍ଥିତି ଆହୁରି ଅକ୍ରଟ ହୋଇଯିବ ।

ଶ୍ରୀଲଙ୍କାରେ ଆର୍ଥିକ ସଂଙ୍କଟ ବଢିବାରେ ଲାଗିଛି । ଦେଶରେ ଅତ୍ୟାବଶ୍ୟକ ସାମଗ୍ରୀର ଘୋର ଅଭାବ ଦେଖିବାକୁ ମିଳିଛି । ଯାହାକୁ ନେଇ ରାଜପକ୍ଷ ସରକାରଙ୍କ ବିରୁଦ୍ଧରେ ବଢିବାରେ ଲାଗିଛି ପ୍ରତିବାଦ । ସୋମବାର ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷଙ୍କ ଘର ସାମ୍ମାରେ ବିରୋଧ ପ୍ରର୍ଦଶନ କରିଛନ୍ତି ଶ୍ରୀଲଙ୍କା ନାଗରିକ । କଲମ୍ବୋରେ ଥିବା ବିଦେଶୀ ପର୍ଯ୍ୟଟକ ମଧ୍ୟ ପ୍ଲା କାର୍ଡ ଧରି ବିରୋଧ ପ୍ରଦର୍ଶନକରେ ସାମିଲ ହୋଇଛନ୍ତି । ସେପଟେ ଆଇନ ଶୃଙ୍ଖଳାକୁ ନଜରରେ ରଖି ସେନା ଓ ପୁଲିସ କର୍ମୀ ରାଷ୍ଟ୍ରପତିଙ୍କ ବାସ ଭବନ ସମ୍ମୁଖରେ ମୁତୟନ ରହିଛନ୍ତି । ଏହାରି ଭିତରେ ଦେଶର ଆର୍ଥିକ ସମସ୍ୟା ଦୁର କରିବାକୁ ଅନ୍ୟଦେଶ ଗୁଡିକୁ ସହାୟତାର ହାତ ବଢାଇବାକୁ ନିବେଦନ କରିଛନ୍ତି ବିରୋଧୀ ଦଳ ନେତା ।

ଭୟଙ୍କର ଆର୍ଥିକ ସମସ୍ୟାକୁ ନେଇ ଶ୍ରୀଲଙ୍କାରେ ସ୍ଥିତି ବିଗିଡିବାରେ ଲାଗିଛି । ଅତ୍ୟାବଶ୍ୟକିୟ ସାମଗ୍ରୀ ଓ ମେଡିସନର ଦରବୃଦ୍ଦି ସାଧାରଣ ଲୋକଙ୍କ ମାନସିକ ଚାପ ବଢାଇଦେଇଛି । ଦେଶରେ ଜରୁରୀ ଔଷଧ ୨୦ ପ୍ରତିଶତ ଅଧିକ ଦାମରେ ବିକ୍ରି ହେଉଛି । ଶ୍ରୀଲଙ୍କାରେ ଡାକ୍ତର ଖାନା ଗୁଡିକରେ ଅତ୍ୟାବଶ୍ୟକିୟ ମେଡିସିନର ମଧ୍ୟ ଘୋର ଅଭାବ ଦେଖାଦେଇଛି । ଯାହାକୁ ନେଇ ସତର୍କ ବାଣି ଶୁଣାଇଛି ‘ଶ୍ରାଲଙ୍କା ମେଡିକାଲ ଆଶୋସିଏସନ’ । ଦେଶରେ ଯଦି ଆର୍ଥିକ ସମସ୍ୟା ଲାଗିରହେ ତେବେ ମୃତ୍ୟୁ ସଂଖ୍ୟା କୋଭିଡରୁ ବି ଟପି ଯିବ ବୋଲି କହିଛି ‘ଶ୍ରାଲଙ୍କା ମେଡିକାଲ ଆଶୋସିଏସନ’ । ସେପଟେ ପେପର ଅଭାବ ଯୋଗୁଁ ଖବର କାଗଜର ପେଜ ସଂଖା କମାଇଛନ୍ତି ବିଭିନ୍ନ ଖବରକାଗଜ ସଂସ୍ଥା ।

ଦେଶରେ ବିଗୁଡୁଥିବା ଅର୍ଥବ୍ୟବସ୍ଥାକୁ ଦେଖି ସେଂଟ୍ରାଲ ବ୍ୟାଙ୍କ ଗଭର୍ଣ୍ଣର ସରକାରଙ୍କୁ ବ୍ୟାଙ୍କ କାମରେ ହସ୍ତକ୍ଷେପ ନକରିବାକୁ କହିଛନ୍ତି । ଯଦି ସରକାର ବ୍ୟାଙ୍କ କାମରେ ହସ୍ତକ୍ଷେପ କରିବା ବନ୍ଦ କରେ ତେବେ ହୁଏତ ସମସ୍ୟାର ସମାଧାନ ହୋଇ ପାରିବ । ନହେଲେ ଦେଶରେ ଆହୁରି ଉକ୍ରଟ ପରିସ୍ଥିତି ସୃଷ୍ଟି ହେବ ବୋଲି ଶ୍ରୀଲଙ୍କା ସେଂଟ୍ରାଲ ବ୍ୟାଙ୍କ ଗଭର୍ଣ୍ଣର କହିଛନ୍ତି । ଏହାରି ଭିତରେ ନୂଆ ପ୍ରଧାନମନ୍ତ୍ରୀର ଦାବି କରିଛନ୍ତି ଶ୍ରୀଲଙ୍କା ସାଂସଦ ।